ଭୁବନେଶ୍ୱର : କମିଥିଲା ହେଲେ ପୁଣି ବଢିଲା ସୁନା ଦର। କିଛି ଦିନ ହେବ ସୁନା ଦାମ ଲଗାତାର କମ୍ ହୋଇଥିବା ବେଳେ ଆଜି ଦାମ୍ ବୃଦ୍ଧି ପାଇଛି। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୪,୪୨୦ ଟଙ୍କା ରହିଛି। ଗତକାଲି ୧,୫୪,୦୪୦ ଟଙ୍କା ଥିଲା। ଏଥିରେ ୩୮୦ ଟଙ୍କା ବୃଦ୍ଧି ହୋଇଛି।୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୪୧,୫୫୦ ଟଙ୍କା ରହିଛି। ଗତକାଲି ୧,୪୧,୨୦୦ ଟଙ୍କା ଥିଲା। ଏଥିରେ ୩୫୦ ଟଙ୍କା ବୃଦ୍ଧି ହୋଇଛି।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫,୮୨୦ ଟଙ୍କା ରହିଛି। ଗତକାଲି ୧,୧୫,୫୩୦ ଟଙ୍କା ଥିଲା। ଏଥିରେ ୨୯୦ ଟଙ୍କା ବୃଦ୍ଧି ପାଇଛି।ସେହିପରି ରୁପା ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୦୦ ଗ୍ରାମ୍ ରୁପା ଦାମ୍ ୨୭,୦୦୦ ଟଙ୍କା ରହିଛି।










