35.1 C
Bhubaneswar
Monday, April 27, 2026
Homeଓଡିଶାପିକ୍ଅପ୍ ଧକ୍କାରେ ମାମୁ-ଭଣଜା ମୃତ

ପିକ୍ଅପ୍ ଧକ୍କାରେ ମାମୁ-ଭଣଜା ମୃତ

କଳାହାଣ୍ଡି: ପିକ୍ଅପ୍ ଧକ୍କାରେ ମାମୁ-ଭଣଜା ମୃତ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୁଡ଼ିପଦର ଛକରେ ଏକ ଗାଡ଼ି ଧକ୍କାରେ ମାମୁଁ-ଭଣଜାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିକ୍‌ଲି ଗାଁରେ ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) ବୋଲି ଜଣାପଡିଛି ।ଖବର ଅନୁଯାୟୀ, ମାମୁ-ଭଣଜା ଏକ ବାଇକ ଯୋଗେ ଜୁନାଗଡ଼କୁ କୌଣସି କାମରେ ଯାଉଥିଲେ । ଏହି ସମୟରେ ବୁଡ଼ିପଦର ଛକ ନିକଟରେ ଏକ ଅଜଣା ପିକ୍ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକରୁ ଦୁଇ ଜଣ ଛିଟ୍କି ପଡ଼ିଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ଅନ୍ୟପଟେ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking