ଭୁବନେଶ୍ୱର: ବାଚସ୍ପତିଙ୍କୁ ଭେଟିଲା ବିଜେଡି । ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଲା ବିଜେଡି । ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ପରେ ବାଚସ୍ପତିଙ୍କୁ ଭେଟି ଦାବି କଲା ବିଜେଡି । ବାଚସ୍ପତିଙ୍କ ନିଷ୍ପତ୍ତ ଉପରେ ଉଭୟ ଦଳର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି । ବାଚସ୍ପତି ଉଭୟ ଦଳର ଦାବିକୁ ଅଗ୍ରାହ୍ୟ କଲେ ହିଁ ସେମାନେ କୋର୍ଟକୁ ଯିବେ ବୋଲି ଜଣାପଡ଼ିଛି ।ସୂଚନାଥାଉକି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରୁ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ , କମନ କ୍ୟାଣ୍ଡିଡେଟ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଉଭୟ ବିଜେଡି କଂଗ୍ରେସ ସମର୍ଥନରେ ପ୍ରାର୍ଥୀ କରାଯାଇଥିଲ। ବିଜେପିରୁ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ । ହେଲେ ବିଜେଡିର ୮ ବିଧାୟକ କ୍ରସ ଭୋଟିଂ କରିଥିଲେ । ଏବଂ କଂଗ୍ରେସରୁ ୨ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଥିଲେ । ତାପରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ।










