29.1 C
Bhubaneswar
Sunday, April 26, 2026
Homeଓଡିଶାପୁଲ୍ ପାର୍ଟି ନାଁରେ ରାଜଧାନୀରେ ରେଭ୍ ପାର୍ଟି

ପୁଲ୍ ପାର୍ଟି ନାଁରେ ରାଜଧାନୀରେ ରେଭ୍ ପାର୍ଟି

ଭୁବନେଶ୍ୱର: ପୁଲ୍ ପାର୍ଟି ନାଁରେ ରାଜଧାନୀରେ ସାରା ରାତି ଚାଲିଲା ରେଭ୍ ପାର୍ଟି । ଖବର ପାଇ ଚଢ଼ାଉ କଲା କମିଶନରେଟ ପୋଲିସ । ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ଅନୁଯାୟୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ରେଭ୍ ପାର୍ଟି। ଏଥିରେ ସାମିଲ ହୋଇଥିଲେ ଶତାଧିକ ଯୁବକ ଏବଂ ଯୁବତୀ। ଜମିଥିଲା ନିଶାର ଆସର। ସେପଟେ ଘଟଣା ସଂପର୍କରେ ଖବର ପାଇଥିଲା ମେଣ୍ଢାଶାଳ ଓ ଚନ୍ଦକା ଥାନା ପୋଲିସ । ଏହାପରେ ତୁରନ୍ତ ଆକ୍ସନ ନେଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା ପୋଲିସ । ତେବେ ଏହି ଚଢାଉରେ ପୋଲିସକୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିଛି । ଯାହାକୁ ଜବତ କରି ଛାନ୍ଭିନ୍ କରୁଛି ପୋଲିସ । ଆୟୋଜକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking