ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ୧୮ ନଂ ଜାତୀୟ ରାଜପଥ କାଠଶିରିଷି ନିକଟରେ ଅଭାବନୀୟ ଘଟଣା ଘଟିଛି । ଶନିବାର ରାତିରେ ମୁହାଁମୁହିଁ ଦୁର୍ଘଟଣାରେ ଏକ ଟ୍ରକ ଏବଂ ଟ୍ରଲର ଜଳିଯାଇଛି । ଜଣେ ଚାଳକ ଡିଆଁ ମାରି ଓହ୍ଲାଇ ପଡିଥିବା ବେଳେ ଅନ୍ୟ ଜଣେ ଚାପି ହୋଇ ରହିଥିଲା । ଏହି ସମୟରେ ଜଣେ ପଥଚାରୀ ଦୁର୍ଘଟଣା ଦେଖି ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ଅଗ୍ନିଶମ ବାହିନୀ ଓ କୁଳିଅଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।










