34.1 C
Bhubaneswar
Sunday, April 26, 2026
Homeଓଡିଶାବରଯାତ୍ରୀ ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

ବରଯାତ୍ରୀ ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ: ୧୫ ଆହତ

ବୌଦ୍ଧ:ବୌଦ୍ଧରୁ ବରଯାତ୍ରୀ ସାରି ଫେରୁଥିବା ବେଳେ ବସ ଦୁର୍ଘଟଣାଗ୍ରସ୍ତ। ଦୁଘର୍ଟଣାରେ ୧୫ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି କର୍ତ୍ତଙ୍ଗ ଛକ ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବରଗଡ଼ କମଗାଁ ଅଞ୍ଚଳରୁ ବରଯାତ୍ରୀ ବୌଦ୍ଧ ଅଞ୍ଚଳକୁ ଯାଇଥିଲେ। ବରଯାତ୍ରୀ ଫେରୁଥିବା ସମୟରେ ବସ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ହୋଇଥିବା ବସ ଭିତରୁ ସମସ୍ତଙ୍କୁ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କରି ୩ ଜଣଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ୧୨ ଜଣଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସରେ ମୋଟ ୫୪ ଜଣ ଯାତ୍ରୀ ରହିଥିବା ସୂଚନା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking