35.1 C
Bhubaneswar
Saturday, April 25, 2026
Homeଓଡିଶାଦକ୍ଷିଣେଶ୍ବରୀ ମନ୍ଦିରରୁ ଅଳଙ୍କାର ଲୁଟ୍

ଦକ୍ଷିଣେଶ୍ବରୀ ମନ୍ଦିରରୁ ଅଳଙ୍କାର ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବିଶ୍ୱନାଥପୁର ସ୍ଥିତ ମା ଦକ୍ଷିଣେଶ୍ୱରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଛି । ମନ୍ଦିର ଫାଟକ ଭାଙ୍ଗି କେହି ଦୁର୍ବୃତ୍ତ ମାଙ୍କ ବିଗ୍ରହରୁ ସୁନାର ଚିତା ଓ ରୂପା ଆଖି ଲୁଟି ନେଇଛନ୍ତି । ଆଜି ସକାଳେ ପୂଜକ ପୂଜା କରିବାକୁ ଆସିବା ସମୟରେ ମୁଖ୍ୟ ଦ୍ୱାର ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ମନ୍ଦିର ଖୋଲିବା ପରେ ମାଙ୍କ ବିଗ୍ରହ ରେ ସୁନା ଚିତା ଓ ରୂପା ଆଖି ନଥିବା ଦେଖିଥିଲେ । ଆରାଧ୍ୟ୍ୟ ଠାକୁରାଣୀ’ଙ୍କ ମନ୍ଦିରରୁ ଚୋରି ଘଟଣା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି | ଏ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି | ମାଘ ସ୍ନାନ ନୀତିକାନ୍ତି ପରେ ମା’ଙ୍କ ଦୈନନ୍ଦିନ ପୂଜା ଅର୍ଚନା କରାଯାଇଥିବା ପୂଜକ ଲକ୍ଷ୍ମଣ କୁମାର ପଣ୍ଡା କହିଛନ୍ତି | ଏନେଇ ଥାନାରେ ଲିଖିତ ଅଭିଯୋଗ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି |ପ୍ରକାଶ ଥାଉ କି ସରଦେଇପୁରରୁ ନିମାପଡା ରାସ୍ତାକଡ଼ରେ ମା ଦକ୍ଷିଣେଶ୍ବରୀଙ୍କ ଭବ୍ୟ ମନ୍ଦିର ରହିଛି | ବର୍ଷ ସାରା ବିବାହ, ବ୍ରତ, ସଭା, ସମିତି ଓ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ଲାଗି ପୀଠ ଚଳଚଞ୍ଚଳ ହୋଇଥାଏ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking