35.1 C
Bhubaneswar
Saturday, April 25, 2026
Homeଓଡିଶାସହିପାରିଲେନି ଋଣ ଭାର: ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

ସହିପାରିଲେନି ଋଣ ଭାର: ଝୁଲିପଡ଼ିଲେ ସ୍ୱାମୀ-ସ୍ତ୍ରୀ

ଗଞ୍ଜାମ: ସହିପାରିଲେନି ଦୁଃଖ । ଋଣ ଭାରର ଅସହ୍ୟ ପୀଡା ନେଇଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ । ସ୍ୱାମୀ-ସ୍ତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ବି ପଛାଇଲେନି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା କଳାସୂଚା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।ଖବର ଅନୁଯାୟୀ, କିଛି ଦିନ ତଳେ ବୃଦ୍ଧ ଦମ୍ପତିଙ୍କ ଗୋଟିଏ ବୋଲି ହୃଦଘାତରେ ଆଖିବୁଜିଥିଲେ । ଘରେ ପାଞ୍ଚ ଜଣ ଝିଅ । ସେମାନଙ୍କ ମଧ୍ୟରୁ ସାନ ଝିଅର ବାହାଘର ଗତ ୨୧ ତାରିଖରେ ହୋଇଥିଲା । ଲଗାତର ଭାବେ ଦମ୍ପତିଙ୍କ ଉପରେ ଋଣର ଭାର ବଢି ବଢି ଚାଲୁଥିଲା । ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀ ମାନସିକ ଚିନ୍ତାରେ ରହୁଥିଲେ । କଥାରୁ ଅଛି ଚିନ୍ତା ହିଁ ମଣିଷର ପରମ ଶତ୍ରୁ । ଯାହା ଆଜି ପ୍ରମାଣ କରିଦେଇଛି ।ଶନିବାର ଦିନ କଳାସୂତା ଗାଁରୁ ଆସିଛି ଅଭାବନୀୟ ଘଟଣା । ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଝୁଲିପଡ଼ିଛନ୍ତି ସ୍ୱାମୀ-ସ୍ତ୍ରୀ । ଋଣ ଭାର ସହିନପାରି ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ୬୬ ବର୍ଷ ସୀମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ । ସେପଟେ ଘଟଣା ସଂପର୍କରେ ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking