35.1 C
Bhubaneswar
Saturday, April 25, 2026
Homeଓଡିଶାସୁଧୀର ପାତ୍ର ହତ୍ୟା ମାମଲା: ଆଜି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ

ସୁଧୀର ପାତ୍ର ହତ୍ୟା ମାମଲା: ଆଜି ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ

ଗଞ୍ଜାମ: ଗଞ୍ଜାମ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଗତକାଲି ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ନେବା ପାଇଁ ମାନ୍ୟବର ଅଦାଲତଙ୍କ ଆବେଦନ କରିଥିଲା ପୁଲିସ । ତେବେ ଆବେଦନ କିଛି ସମୟ ପରେ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୋଲିସ । ରିମାଣ୍ଡରେ ନେବା ଲାଗି ମାମଲାର ତଦନ୍ତ ଅଧିକାରୀଙ୍କୁ ଅନୁମତି ମିଳିସାରିଛି । ଆଉ କିଛି ସମୟ ପରେ ଜେଲରେ ଥିବା ଅଭିଯୁକ୍ତ ମାନଙ୍କୁ ପୁଲିସ ନେବ ବୋଲି ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking