28.1 C
Bhubaneswar
Friday, April 24, 2026
Homeଓଡିଶାଶିଳ୍ପସଂସ୍ଥାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆରମ୍ଭ ହେବ ମହା ପଦଯାତ୍ରା

ଶିଳ୍ପସଂସ୍ଥାଙ୍କ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆରମ୍ଭ ହେବ ମହା ପଦଯାତ୍ରା

ଭୁବନେଶ୍ୱର: ଆଜି କଂଗ୍ରେସ ଭବନଠାରେ ପିସିସି ସଭପତି ଭକ୍ତ ଚରଣ ଦାସ ଜଗତସିଂହପୁର ରେ ତଥା ରାଜ୍ୟର ଅନେକ ସ୍ଥାନରେ ଶିଳ୍ପ ସଂସ୍ଥା ମାନଙ୍କ ଦ୍ୱାରା ନିରୀହ ଜନ ସାଧାରଣ ମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ଏଥିପ୍ରତି ସରକାରଙ୍କ ଆଶ୍ଚର୍ଯ୍ୟଜନକ ଉଦାସିନତାକୁ ନେଇ କଠୋର ସମାଲୋଚନା କରିଥିଲେ । ଉପସ୍ଥିତ ଗଣମାଧ୍ୟମଙ୍କୁ ନିଜ ବିବୃତି ଦେଇ କହିଥିଲେ ଯେ ବର୍ତମାନ ସରକାରଙ୍କ ମନମୁଖୀ ଶିଳ୍ପନୀତି ପାଇଁ ବିଭିନ୍ନ ଶିଳ୍ପସଂସ୍ଥା ଆଜି ଓଡିଶାର ବିଭିନ୍ନସ୍ଥାନରେ ଥିବା ଖଣିଖାଦାନ ଉପରେ ଲୋଲୁପଦୃଷ୍ଟି ଦେଇ ଲୁଟିବା ଆରମ୍ଭ କରିଦେଇଛନ୍ତି । ଲୋକେ ଯେଉଁଠାରେ ଶହ ଶହ ବର୍ଷରୁ ଉର୍ଦ୍ଦ ସମୟ ଧରି ବସବାସ କରିଆସୁଛନ୍ତି , ସେମାନଙ୍କୁ ସରକାର ଜମିପଟ୍ଟା ଦେବା ପରିବର୍ତେ ଶିଳ୍ପସଂସ୍ଥା ମାନଙ୍କ ପାଇଁ ବିସ୍ତାପତି କରିବାରେ ଲାଗିପଡିଛି । କଂଗ୍ରେସ ଦଳ ବିରତ ଦିନମାନଙ୍କରେ ମଧ୍ୟ ଶିଳ୍ପପାଇଁ ବାସହରା ହୋଇଥିବା ଲୋକଙ୍କ ପାଇଁ ଆନ୍ଦୋଳନ ଓ ପଦଯାତ୍ରା ମଧ୍ୟ କରିଛି । କଳିଙ୍ଗନଗର,ଛେଣ୍ଡିପଦା,ତାଲଚେର ,ମୟୁରଭଞ୍ଜ,ରାଇରଂଗପୁର ଭଳି ଅନେକ ସ୍ଥାନରେ ଏହି ସମତ୍ସା ଦେଖାଦେଇଛି । ରାଜ୍ୟରେ ୩୪ ଟି କୋଇଲାଖଣି ରୁ ଖନନ ପାଇଁ ସରକାର ମଞ୍ଜରି ପ୍ରଦାନ କରିଥିବା ବେଳେ ସେଥିରୁ ପ୍ରାୟ ୪ଟିରେ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହି ଅଚଂଳରେ ଏହି ବିସ୍ଥାପନ ସମସ୍ୟା ଦେଖାଯାଇଛି ସରକାର ତତ୍ପରତା ପ୍ରକାଶ କରି ବିସ୍ଥାପିତ ମାନଙ୍କ ଯେଉଁଭଳି ଭାବରେ ସାହାର୍ଯ୍ୟ କରିବାକଥା ତାହା କଲେ ନାହିଁ । ତେଣୁ କଂଗ୍ରେସ ଦଳ ତରଫରୁ ତା.୨୬-୦୪-୨୦୨୬ ରିଖ ଦିନ ଜଗତସିଂହପୁର ଜିଲ୍ଲା ଢିଙ୍କିଆରୁ ଆଠଦିନ ପାଇଁ ପସ୍କୋ ଅଚଂଳର ଲୋକମାନଙ୍କ ସହିତ ଏକ ବିରାଟ ପଦଯାତ୍ରା ରେ ଭୂବନେଶ୍ୱର ଆସି ଲୋୟର ପିଏମଜି ରେ ଏକ ବିଶାଳ କାର୍ଯ୍ୟକ୍ରମ ରହିଛିି । ଏହି କାର୍ଯ୍ୟର୍କମ ରେ କଂଗ୍ରେସ ଦଳର ନେତୃବୃନ୍ଦ ସମସ୍ତ ଜିଲ୍ଲାରୁ ଓ ଅନେକ ପ୍ରଦେଶ କଂଗ୍ରେସ ର ନେତୃବୃନ୍ଦ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିମଧ୍ୟରୁ ଏକ ଦଳ ରାଜ୍ୟପାଳ ଭବନ ଯାଇ ମହାମହିମ ରାଜ୍ୟପାଳ ଙ୍କୁ ଭେଟି ଏକ ସ୍ମାରକପତ୍ର ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି ।

ସିଜିମାଳି ପ୍ରସଙ୍ଗରେ ଗଣମାଧ୍ୟମର ଏକ ପ୍ରଶ୍ନ ର ଉର୍ତର ଦେଇ ଶ୍ରୀ ଦାସ କହିଲେ ଯେ ମୋ ନାମକୁନେଇ ଅନେକ ପ୍ରଶ୍ନ ଉଠୁଛି, କିନ୍ତୁ ଭକ୍ତ ଦାସ କାହିଁକି, ଅନ୍ୟମାନେ କାହିଁକି ଯାଉ ନାହାନ୍ତି । ଏହା ପ୍ରଶ୍ନହେବା ଉଚିତ ନୀୟମଗିରି ଆନ୍ଦୋଳନ ର ନେତୃତ୍ୱନେଇ ମୋ ଜୀବନର ଦୀର୍ଘ୫ ବର୍ଷ ବଣ ଜଂଗଲରେ ରହି ଡଙ୍ଗରିଆ ଆଦିବାସୀ ଙ୍କ ସହ କଟାଇଛି । ଘୋର ସଂର୍ଘଷ କରିଛି, ଫଳରେ ଆଜି ନୀୟମଗିରି ବଚିଂଯାଇଛି । ନୀୟମଗିରି ରେ ସଂର୍ଘଷ ଜରୁରୀଥିଲା କାରଣ ସେଠାରେ ପାଖାପାଖି ୨୦୦୦ ରୁ ଊର୍ଦ୍ଦ ଡଙ୍ଗରିଆ ଆଦିବାସୀ ବସବାସ କରନ୍ତି । ମନେରଖନ୍ତୁ , ଏମାନେ ହେଉଛନ୍ତି ଲୁପ୍ତପ୍ରାୟ ଆଦିମ ଜନଜାତି । ଏମାନଙ୍କ ସୁରକ୍ଷା ନିହାତି ଆବଶ୍ୟକ ଥିଲା । ସିଜିମାଳି ପ୍ରସଙ୍ଗ ଭିନ୍ନ ଅଛି ଏଠାରେ ନ୍ୟାଇଯୁକ୍ତ ବିସ୍ଥାପନ ଓ ପ୍ରଶାସନ ର ହିଂସକ ଦମନ ହେଉଛି ପ୍ରସଂଙ୍ଗ ସେଠାକାର ଜନତା ମତେ ଆହ୍ୱାନ କଲେ ମୁଁ ନିଶ୍ଚୟ ଯିବି ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବି । ସେଠାକାର କଂଗ୍ରେସ ସାଂସଦଙ୍କ ସହ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଏକ ବିଶିିଷ୍ଠଦଳ ଶିଜିମାଳି ଯାଇ ଲୋକଙ୍କ ସମତ୍ସା ବିଷୟରେ ବୁଝିଥିଲେ ଓ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା ମଧ୍ୟ କରିଥିଲେ । ଏହା କୈାଣସି ଏନ୍ ଜି ଓ ନୁହଁ,ଆମେ ଏକ ରାଜନୈତିକଦଳ ଚଳାଉଛୁ ପରିସ୍ଥିତି ଦେଖି ପଦକ୍ଷେପ ନିଆଯାଉଛି । ତେବେ ଭକ୍ତ ଦାସଙ୍କ ନାମକୁ ନେଇ କେଉଁମାନେ ଏବଂ କେଉଁ ଉଦ୍ଦେଶ୍ୟରେ ଉଷୁକାଇବାର କାମ କରୁଛନ୍ତି ତାହା ବିଚାର କରିବା କଥା । ତେବେ କଂଗ୍ରେସ ଦଳ ସବୁବେଳେ ସମସ୍ତ ଆଦିବାସୀ ଓ ଦଳିତ ସଂପ୍ରଦାୟ ଙ୍କ ନ୍ୟାୟ ପାଇଁ ଲଢେଇ ଜାରିରଖିବ ବୋଲି ପିସିସି ସଭାପତି ଶ୍ରୀ ଦାଶ ନିଜ ବିବୃତିରେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking