27.4 C
Bhubaneswar
Wednesday, April 22, 2026
Homeଓଡିଶାକାଠଯୋଡ଼ି ନଦୀ ଉପରେ ଆଉ ଏକ ବୃହତ୍ ସେତୁ

କାଠଯୋଡ଼ି ନଦୀ ଉପରେ ଆଉ ଏକ ବୃହତ୍ ସେତୁ

– ତ୍ରିଶୁଳିଆ ଛକ-ଜୁଡିସିଆଲ୍ ଏକାଡେମୀ ମଧ୍ୟରେ ସଂଯୋଗ
– ବ୍ୟୟ ହେବ ୧୫୮ କୋଟି ୮୮ ଲକ୍ଷ ୯୦,୩୦୫ ଟଙ୍କା
– ୩୬ ମାସ ଭିତରେ ନିର୍ମାଣ ଶେଷ କରିବାକୁ ସମୟ ଧାର୍ଯ୍ୟ

ଭୁବନେଶ୍ୱର: କାଠଯୋଡ଼ି ନଦୀ ଉପରେ ଆଉ ଏକ ବୃହତ୍ ସେତୁ ନିର୍ମାଣ ହେବ। ଉକ୍ତ ସେତୁଟି ବର୍ତ୍ତମାନର ସେତୁ ସହ ସମାନ୍ତରାଳ ଭାବରେ ତ୍ରିଶୁଳିଆ ଛକ ଏବଂ ଜୁଡିସିଆଲ୍ ଏକାଡେମୀ ଛକ ମଧ୍ୟରେ ସଂଯୋଗ କରିବ। ଏଥିପାଇଁ ଜିଏସ୍‌ଟିକୁ ବାଦ୍ ଦେଇ ୧୫୮ କୋଟି ୮୮ ଲକ୍ଷ ୯୦,୩୦୫ ଟଙ୍କା ବ୍ୟୟ ପାଇଁ ମଞ୍ଜୁରୀ ମିଳିଛି। ଏହି କାର୍ଯ୍ୟକୁ ସଂପୃକ୍ତ ଠିକାଦାର ସଂସ୍ଥା ୩୬ ମାସ ଭିତରେ ସମ୍ପୂର୍ଣ କରିବାକୁ ଧାର୍ଯ୍ୟ ସମୟ ସ୍ଥିର ହୋଇଛି। ଏନେଇ ନିର୍ମାଣ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ବୁଧବାର ସଂନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସେ କହିଛନ୍ତି ଯେ, ରାଜ୍ୟ ସରକାର କଟକ ସହରରେ କାଠଯୋଡ଼ି ନଦୀ ଉପରେ ବର୍ତ୍ତମାନର ସେତୁ ସହ ସମାନ୍ତର ଭାବରେ ଉପର ପ୍ରବାହ ପକ୍ଷରେ ନୂତନ ସେତୁ ନିର୍ମାଣ କରାଯିବା ପାଇଁ ସ୍ଥିର କରିଛନ୍ତି, ଯାହା ତ୍ରିଶୁଳିଆ ଛକକୁ ଜୁଡିସିଆଲ୍ ଏକାଡେମୀ ଛକ ସହିତ ସଂଯୋଗ କରିବ।

ମୁଖ୍ୟଶାସନ ସଚିବ କହିଛନ୍ତି ଯେ ସେତୁଟି ଭୁବନେଶ୍ୱର ଓ କଟକ ଦୈତ୍ୟ ନଗରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ -୧୬ ଉପରେ ଯାତାୟତ ଜଟିଳତାକୁ କମାଇବ। ଏହାଦ୍ୱାରା ସମୟ ଅପଚୟକୁ ରୋକାଯାଇପାରିବ। ବିଭିନ୍ନ ସରକାରୀ ତଥା ନିଜସ୍ୱ କାର୍ଯ୍ୟ ପାଇଁ ଦୈତ୍ୟ ନଗରୀ ଉପରେ ନିର୍ଭର କରୁଥିବା ସାଧାରଣ ଲୋକ ଦ୍ୱାରା ବିଶେଷ ଉପକୃତ ହେବେ। କଟକରେ ଅବସ୍ଥିତ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ, ଏସ୍‌ସିବି ମେଡିକାଲ୍ କଲେଜ୍ ଓ ଚିକିତ୍ସାଳୟ ଏବଂ ବିଭିନ୍ନ କର୍ପୋରେଟ୍ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣ ଏହାଦ୍ୱାରା ଉପକୃତ ହେବେ। ରାଜ୍ୟ କ୍ୟାବିନେଟ୍ ୧୫୮ କୋଟି ୮୮ ଲକ୍ଷ ୯୦,୩୦୫ ଟଙ୍କା। ମାତ୍ର (ଜିଏସ୍‌ଟିକୁ ବାଦ୍ ଦେଇ) ମୂଲ୍ୟର ସର୍ବନିମ୍ନ ଟେଣ୍ଡର ସଂସ୍ଥା ମେସର୍ସ ଏସ୍‌ପିଏସ୍ କଂଷ୍ଟ୍ରକ୍ସନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସପକ୍ଷରେ ଅନୁମୋଦନ କରିଛନ୍ତି । ଏହି ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି। ଏହି ସେତୁର ନିର୍ମାଣ ଦୈତ ନଗରୀ ତଥା ରାଜ୍ୟ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି।

୮ ବିଭାଗର ୮ପ୍ରସ୍ତାବରେ କ୍ୟାବିନେଟ ମୋହର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking