28.5 C
Bhubaneswar
Wednesday, April 22, 2026
Homeଦେଶ ବିଦେଶହର୍ମୁଜ ଦେଇ ଭାରତ ଆସୁଥିବା ଜାହାଜ ଉପରେ ଆଇଆରଜିସିର ହମଲା

ହର୍ମୁଜ ଦେଇ ଭାରତ ଆସୁଥିବା ଜାହାଜ ଉପରେ ଆଇଆରଜିସିର ହମଲା

ନୂଆଦିଲ୍ଲୀ: ଇରାନ ପୁଣି ଥରେ ଭାରତ ଆସୁଥିବା ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହର୍ମୁଜ ଜଳମାର୍ଗ ଦେଇ ଭାରତ ଆସୁଥିବା ଜାହାଜ ଉପରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ(IRGC) ହମଲା କରି ଜବତ କରି ନେଇଛି। ଏହିପରି ଇରାନ ସେନା ମୋଟ୍ ଦୁଇଟି ଜାହାକକୁ ନିଜ କବଜାକୁ ନେଇ ଯାଇଛି। ଏହି ଘଟଣାରେ ଭାରତ ପକ୍ଷରୁ ଅଦ୍ୟାବଧି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।ଇରାନ ସରକାରୀ ମିଡିଆ ଅନୁଯାୟୀ, ହର୍ମୁଜ ପ୍ରଣାଳୀ ଅତିକ୍ରମ ପାଇଁ ଉଦ୍ୟମ କରୁଥିବା ଦୁଇଟି ଜାହାଜକୁ ଇରାନର IRGC ଜବତ କରି ନେଇଛି। IRGCର ନୌସେନା ଅନୁଯାୟୀ, ବୁଧବାର ସକାଳେ ହର୍ମୁଜ ପ୍ରଣାଳୀରେ ନିୟମ ଭାଙ୍ଗିଥିବା ଦୁଇଟି ଜାହାଜକୁ ଚିହ୍ନଟ କରି ସେମାନଙ୍କୁ ଅଟକ ରଖାଯାଇଛି। ଏହା ପୂର୍ବରୁ ବୁଧବାର ହର୍ମୁଜରେ ମୋଟ୍ ତିନୋଟି କଣ୍ଟେନର ଜାହାଜ ଉପରେ ଇରାନ ହମଲା କରିଥିବା ଖବର ଆସିଥିଲା। ୟୁକେ ମେରିଟାଇମ ଟ୍ରେଡ ଅପରେସନ ସେଣ୍ଟର କହିଛି ଯେ, ଇରାନର IRGCର ଏକ ଗନବୋଟ୍ ଓମାନଠୁ ପ୍ରାୟ ୧୫ ନଟିକଲ ମାଇଲ ଉତ୍ତର-ପୂର୍ବରରେ ଏକ କଣ୍ଟେନର ଜାହାଜ ଉପରେ ଗୁଲିମାଡ଼ କରିଛି। ୟୁନାନୀ କମ୍ପାନିର ସ୍ଵାମିତ୍ଵରେ ଥିବା ଏହି ଜାହାଜ ଉପରେ ହମଲା ହୋଇଛି। ହେଲେ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking