34.1 C
Bhubaneswar
Sunday, April 26, 2026
Homeଓଡିଶାକୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି

କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି। ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍‌ଆଇ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ  ଆଇଆଇଟି ମାଡ୍ରାସ୍‌ ଲ୍ୟାବ୍‌କୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ଅକ୍ଷୟ ତୃତୀୟା ଦିନରୁ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଏଏସ୍‌ଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡ଼ାନ୍ତ ମ୍ୟାପିଂ କରାଯାଉଛି। ସେକ୍ସନ୍‌ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ୱ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ୍‌ ନିର୍ମାଣ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking