ବରଗଡ / ଭୁବନେଶ୍ୱର : ପବିତ୍ର ଅକ୍ଷୀତୃତୀୟା ଚାଷୀମାନଙ୍କ ପାଇଁ ପ୍ରେରଣା, ଅନୁକୂଳ, ସଂକଳ୍ପ, ଉତ୍ସାହ ଏବଂ ଉଦ୍ଦୀପନାର ଦିନ। ଓଡ଼ିଶାର ଚାଷୀ ଏବେ ଭାରତବର୍ଷରେ ସୁନାମ ଅର୍ଜନ କରୁଛନ୍ତି। ଚାଷୀମାନଙ୍କ ଅଖଣ୍ଡ ପରିଶ୍ରମ କରିବା କାରଣରୁ କୃଷିଜାତ ଉତ୍ପାଦର କ୍ଷମତା ଆଜି ୨ ଗୁଣା ବୃଦ୍ଧି ପାଇଛି। ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ। ଆଗାମୀ ଦିନରେ କୃଷି ଜିଡିପିରେ ଓଡ଼ିଶା ଶିଖରରେ ପହଂଚିବ ବୋଲି ବରଗଡ଼ ଜିଲ୍ଲାର ଅତାବିରା ଚକୁଳି ଫାର୍ମରେ ଅକ୍ଷିମୁଠି ଅନୁକୁଳ କରି ମାନ୍ୟବର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
ମାନ୍ୟବର ରାଜ୍ୟ ସଭାପତି ଶ୍ରୀ ସାମଲ ପବିତ୍ର ଅକ୍ଷିତୃତୀୟା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଚଳିତ ବର୍ଷ ବିଜେପି ସରକାର ଚାଷୀଙ୍କଠାରୁ ୭୫ ଲକ୍ଷ ମେଟ୍ରିକ୍ ଟ୍ରକ ଧାନ କ୍ରୟ କରିଛନ୍ତି। ବରଗଡ଼ରେ ଆଜିଠାରୁ ରବି ଫସଲ ଅମଳ ଆରମ୍ଭ ହୋଇଛି। ବରଗଡ଼ ଜିଲା ହେଉଛି ଓଡ଼ିଶାର ଭାତହାଣ୍ଡି। ଚଳିତ ବର୍ଷ ରାଜ୍ୟରେ ରେକର୍ଡ ସଂଖ୍ୟକ ପରିମାଣର ଧାନ ସଂଗ୍ରହ କରାଯାଇଛି। ତତ୍କାଳୀନ ସରକାର ଧାନ କିଣା ବାବଦରେ ପୂର୍ବରୁ ବହୁତ କମ୍ ଟଙ୍କା ଦେଉଥିଲେ। ଏଥିପାଇଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ମାତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନେତୃତ୍ୱ ନେବା ପରଠାରୁ ଚାଷୀଙ୍କ ରୋଜଗାର ୨ ଗୁଣା ବୃଦ୍ଧିପାଇଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରଠାରୁ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ଖାଲିସେତିକି ନୁହେଁ ପିଏମ୍ କିଶାନ ଓ ସିଏମ୍ କିଶାନ ସମ୍ମାନ ଭଳି ଯୋଜନା ମାଧ୍ୟମରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏବେ କୃଷିଭିତିକ ଶିଳ୍ପ କରିବା ପାଇଁ ବିଜେପି ସରକାର ପଦେକ୍ଷପ ନେଉଛି। ଏହାଦ୍ୱାରା ଚାଷୀଙ୍କ ଆୟ ବହୁ ଗୁଣା ବୃଦ୍ଧିପାଇବ। କୃଷିଜାତ ଦ୍ରବ୍ୟ ଯେପରି ନଷ୍ଟ ନହେବ ସେନେଇ ବିଭିନ୍ନ ବ୍ଲକରେ ଶୀତଳଭଣ୍ଡାର ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଶତ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଡବଲଇଞ୍ଜିନ ସରକାର କାର୍ଯ୍ୟ କରୁଛି। ଏସବୁ ଉନ୍ନତିମୂଳକ କାର୍ଯ୍ୟ ଦ୍ୱାରା ଚାଷୀ ଆଜି ଆତ୍ମନିର୍ଭରଶୀଳ ହେବା ସହ ନିଜ ଗୋଡ଼ରେ ନିଜେ ଠିଆ ହୋଇପାରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିବା ସହିତ ଏହି ଅବସରରେ ଏକ କୃଷି ସଚେତନତା ରଥକୁ ଦେଖାଇ ଶୁଭାରମ୍ଭ କରିଥିଲେ।
ଏହାପରେ ଅତାବିରାଠାରେ ଏକ ସ୍ୱାଗତ ସମାରୋହ ଓ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ଶ୍ରୀ ସାମଲ ଯୋଗଦେଇ ନୂତନ କର୍ମୀମାନଙ୍କୁ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ମିଶ୍ରଣ ପର୍ବରେ ଅତାବିରା ନିର୍ବାଚନମଂଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମପଂଚାୟତର ସରପଂଚ ଭାଗବତିଆ ସିଂ, କଲାସାହେବ ଭୋଇ, ରୋହିଣୀ ପ୍ରଧାନ, ଶେଷଦେବ ଚାନ୍ଦ, ସୁନନ୍ଦା ବିଶ୍ୱାଳ, ଗୀତାଞ୍ଜଳି ପ୍ରଧାନ, କୁମୋଦୁନୀ ମହାନନ୍ଦ, ମଞ୍ଜୁଲତା ସେଠ୍, ହେମାନନ୍ଦ ସେଠ୍, ରାଜକିଶୋର ଚାନ୍ଦ, ତ୍ରିନାଥ ପ୍ରଧାନ, ଡୋଲେଶ ପରି, ପୂଜା କୁମ୍ଭାର, ଜତିନ ନାୟକ, ବାସୁଦେବ ପ୍ରଧାନ, ଯଦୁମଣି ସାହୁ ଓ ଗିରିଧାରୀ ପ୍ରଧାନଙ୍କ ସମେତ ଏନ୍ଏସି କାଉନ୍ସିଲର ଦୀପକ ରାୟ ପ୍ରମୁଖ ନିଜ ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ସାଂସଦ ପଦୀପ ପୁରୋହିତ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ ଗଡର୍ତିଆ, ପୂର୍ବତନ ସାଂସଦ ପ୍ରଭାସ ସିଂ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯକାରିଣୀ ସଦସ୍ୟ ଏମ୍ ମୁରଲିକ୍ରିଷ୍ଣା, ସୁରେଶ୍ୱର ଶତପଥୀ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ବରଗଡ ଜିଲ୍ଲା ସଭାପତି ଡ. ଅରୁପାନନ୍ଦ ସାହୁ, ବରଗଡ଼ ଜିଲ୍ଲା ପ୍ରଭାରୀ ବାସୁଦେବ ବାରିକ, ସୌରି ବାରିକ, ମିଲନ ସେଠ ପ୍ରମୁଖ ଉପସ୍ଥିତ ଥିଲେ।










