ପୁରୀ: ଅନୁକୂଳ ହେଲା ରଥ ନିର୍ମାଣ । ଆଜି ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହୋଇଛି । ଏହା ଭିତରେ ୩୨୬ ଖଣ୍ଡ କାଠ ରଥଖଳାରେ ରହିଛି । ରଥ ନିର୍ମାଣକାରୀଙ୍କ ଦ୍ଵାରା ରଥ ନିର୍ମାଣ କରାଯିବ । ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ପ୍ରସ୍ତୁତ ହୋଇଛି । ବନଯାଗ ବିଧିରେ ପୂଜା ସମ୍ପାଦନା କରିବେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ । ମହାପ୍ରଭୁଙ୍କ ୨୧ ଦିନ ଧରି ଆଜି ଠାରୁ ଚନ୍ଦନ ଯାତ୍ରାରେ ବାହାରିବେ । ଚାପ ଖେଳିବେ ମଦନ ମୋହନ, କୃଷ୍ଣ ବଳରାମ, ପଞ୍ଚୁ ପାଣ୍ଡବ ।










