28.9 C
Bhubaneswar
Monday, April 20, 2026
Homeଓଡିଶାଟ୍ରେନ ଧକ୍କାରେ ଜଣେ ମୃତ

ଟ୍ରେନ ଧକ୍କାରେ ଜଣେ ମୃତ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ରଙ୍ଗମାଟିଆ ନିକଟରେ ରେଳଧାରଣା ପାର ସମୟରେ ଟ୍ରେନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଜଣଙ୍କ ହେଉଛନ୍ତି ବୌଦ୍ଧ ଥାନା ଲୁଣିବାହାଲ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ବିଜୟ ଦଳବେହେରା(୫୨) ବୋଲି ସୂଚନା ମିଳିଛି। ସବୁଦିନ ପରି ଗତକାଲି ରାତିରେ ବିଜୟ ରଙ୍ଗମାଟିଆ ରାଇସମିଲରୁ କାମସାରୀ ଘରକୁ ଫେରୁଥିଲେ। ରଙ୍ଗମାଟିଆ ନିକଟରେ ରେଳଧାରଣା ପାର ହେଉଥିବା ସମୟରେ ତାଙ୍କୁ ଏକ ଦୂତ୍ରଗାମୀ ଟ୍ରେନ ଧକ୍କା ଦେଇଥିଲା। ଫଳରେ ତାଙ୍କର ବାମପାର୍ଶ୍ୱ ଜଙ୍ଘ କଟି ଯିବା ସହିତ ବାମ ହାତ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ଘଟିଛି। ବହୁ ଖୋଜାଖୋଜି ପରେ ପରିବାର ଲୋକେ ରାତିରେ ତାଙ୍କ ମୃତଦେହ ଠାବ କରିଥିଲେ। ଏ ନେଇ ବୌଦ୍ଧ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଚଳେଇଛି। ଟ୍ରେନଟି ପୁରୁଣାକଟକ ଷ୍ଟେସନରୁ ବୌଦ୍ଧ ଦେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking