କଟକ: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବରିଷ୍ଠ ନେତା ତଥା କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । କଟକ ଓଏମପି ଛକରେ ସମ୍ବର୍ଧିତ କରିଛନ୍ତି ପ୍ରଭାତ । ଗତକାଲି ହିଁ ଖଇରିଆ ପୋଷାକକୁ ଛାଡିଥିଲେ ଆଜି ପ୍ରଭାତଙ୍କୁ ଖଇରିଆ ନୁହେଁ ବରଂ ଧଳା ପୋଷାକରେ ଦେଖିବା ପାଇଁ ମିଳିଛି । ତେଣୁ ବଦଳୁଥିବା କପଡା ବଦଳିଥିବା ଅନ୍ଦାଜକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କଟକରେ ଏବେ ଚର୍ଚ୍ଚା ହେଉଛି ଯେ ପୁଣି ସିଧାସଳଖ ରାଜନୀତିକୁ ଫେରିବେ କି ପ୍ରଭାତ । ପ୍ରଭାତଙ୍କ ପୁଅ ସୌଭିକ ବିଶ୍ୱାଳ ଏବେ ଚୌଦ୍ୱାର କଟକରୁ ବିଧାୟକ ରହିଛନ୍ତି । ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ବିପକ୍ଷରେ କ୍ରସ ଭୋଟିଂ କରିଥିଲେ ସୌଭିକ । ଏସବୁ ଭିତରେ ବିଜେପି ଆଡକୁ ପ୍ରଭାତ ଢଳୁଥିବା ନେଇ ଚର୍ଚ୍ଚା ଜୋର ଧରିଛି ।










