27.4 C
Bhubaneswar
Thursday, April 23, 2026
Homeଓଡିଶାଝାରସୁଗୁଡାରେ ୨୦ରୁ ୨୩ ସ୍କୁଲ ଛୁଟି

ଝାରସୁଗୁଡାରେ ୨୦ରୁ ୨୩ ସ୍କୁଲ ଛୁଟି

ଝାରସୁଗୁଡା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଝାରସୁଗୁଡାରେ ୨୦ରୁ ୨୩ ସ୍କୁଲ ଛୁଟି । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବନ୍ଦ ରହିବ ସ୍କୁଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଡିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ସେହିପରି ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହା ପୂର୍ବରୁ ନୂଆପଡା ଜିଲ୍ଲାରେ ଆସନ୍ତା ୨୦ରୁ ୨୨ ଯାଏଁ ସବୁ ସ୍କୁଲ ଛୁଟି । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ଛାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଆଦି ସ୍କୁଲ ବନ୍ଦ ରହିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୭ଟାରୁ ୯ଟା ଭିତରେ ହେବ । ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ବୌଦ୍ଧ, ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁରରେ ମଧ୍ୟ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବୈଷୟିକ କଲେଜ ସବୁ ବନ୍ଦ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking