32.9 C
Bhubaneswar
Saturday, April 18, 2026
Homeଓଡିଶାବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇଦେବାକୁ ଧମକ

ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମାରେ ଉଡାଇଦେବାକୁ ଧମକ

ପୁରୀ: ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ସେବାୟତଙ୍କୁ ଖୋଲା ଖୋଲି ଧମକ । ୫୯ ଲକ୍ଷ ଟଙ୍କ ନଦେଲେ ସୋମବାର ଦିନ ସମ୍ପୂର୍ଣ୍ଣ ମନ୍ଦିରକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ମେସେଜ ସହ ଫୋନ୍ କଲ ଆସିଛି ବରାଳ ବାଲୁଙ୍କେଶ୍ୱର ମନ୍ଦିର ସେବାୟତ ସତ୍ୟବ୍ରତ ମହାପାତ୍ରଙ୍କୁ । ଏବାବଦରେ ସାକ୍ଷୀଗୋପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମନ୍ଦିର କାର୍ଯ୍ୟ ନର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା ।ତେବେ ଏହି ନମ୍ବରରୁ ପୂର୍ବରୁ ପୁରୀ ମନ୍ଦିରକୁ ଉଡାଇ ଦେବା ସହ ପୁରୀର ରାଜନେତାଙ୍କୁ ବି ଧମକ ମିଳିସାରିଛି ବୋଲି ସୂଚନା ମିଳିଛି । ଏହି ବୋମା ଧମକ ପରେ ସାକ୍ଷୀଗୋପାଳ ପୋଲିସ ତତ୍ପରତା ଦେଖାଇବା ସହ ସତର୍କତାର ସହ ମନ୍ଦିରରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାକୁ ପ୍ରସ୍ତୁତ କରୁଛି ।ବାସେଳୀସାହି ଥାନା ଓ ଟାଉନ ଥାନାରେ ବି ଏହା ପୂର୍ବରୁ ଏହି ବ୍ୟକ୍ତିଙ୍କ ନାମରେ ଶ୍ରୀମନ୍ଦିରକୁ ବୋମା ପକାଇ ଉଡାଇ ଦେବା ଘଟଣାରେ କେସ୍ ରୁଜୁ ହୋଇ କୋର୍ଟ ଚାଲାଣ ହୋଇସାରିଛି ଏହି ଅଭିଯୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking