27.6 C
Bhubaneswar
Wednesday, April 15, 2026
Homeଓଡିଶାଗୁରୁବାରଠୁ ଘର ଘର ବୁଲି ଜନଗଣନା

ଗୁରୁବାରଠୁ ଘର ଘର ବୁଲି ଜନଗଣନା

ଭୁବନେଶ୍ଵର : ଗୁରୁବାରଠୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ମାସେ ବ୍ୟାପି ଜନଗଣନା ଚାଲିବ। ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ। ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଏମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ। ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ। ସୂଚନାନୁଯାୟୀ, ଜନଗଣନାକାରୀ ମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ୍ ଡାଉନଲୋଡ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଲୋଡ୍ କରିବେ। ଜନଗଣନା କରିବାକୁ ଗଲାବେଳେ ସାଥିରେ ଆଇ କାର୍ଡ ଏବଂ  ନିଯୁକ୍ତି ପାତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନହିଁ। କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ। ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking