27.6 C
Bhubaneswar
Wednesday, April 15, 2026
Homeଓଡିଶାମେରୁ ଯାତ୍ରା ଦେଖିବାକୁ ଗଲାବେଳେ ଦୁର୍ଘଟଣା ନେଲା ଜୀବନ

ମେରୁ ଯାତ୍ରା ଦେଖିବାକୁ ଗଲାବେଳେ ଦୁର୍ଘଟଣା ନେଲା ଜୀବନ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବଡବନ୍ଧଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରମ୍ଭିକଟା ଗାଁର ରାଜେଶ ନାୟକ (୨୧) ଓ ଜଗନ୍ନାଥ କଂହର ( ୨୨) ଏକ ବାଇକ ଯୋଗେ ମେରୁ ଯାତ୍ରା ଦେଖିବାକୁ ଯାଉଥିଲେ। ଗତକାଲି ବିଳମ୍ବିତ ରାତିରେ ବଡବନ୍ଧ ନିକଟରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ରାଜେଶର ମୃତ୍ୟୁ ହୋଇଥିବାବେଳେ ଜଗନ୍ନାଥ ଗୁରୁତର ହୋଇଛନ୍ତି । ଗୁରୁତର ଜଗନ୍ନାଥକୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପରେ ଖବରପାଇ ପୁରୁଣା କଟକ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking