36.3 C
Bhubaneswar
Wednesday, April 15, 2026
Homeଦେଶ ବିଦେଶପୱନ ଖେଡାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା

ପୱନ ଖେଡାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା

ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରା ଖେରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଏହି ମାମଲା ଆସାମ ପୁଲିସ ଦ୍ୱାରା ଦାୟର କରାଯାଇଥିବା ଏକ ଏଫ୍‌ଆଇଆର୍ ସହିତ ଜଡିତ। ଏହି ଏଫ୍‌ଆଇଆର୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ଦାୟର କରିଥିଲେ ।

୫ ଏପ୍ରିଲରେ ପବନ ଖେଡା ରିଙ୍କି ଭୂୟାଁ ଶର୍ମାଙ୍କ ଉପରେ ତିନୋଟି ଭିନ୍ନ ଦେଶର ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ ଏ.ଏସ. ଚାନ୍ଦୁରକରଙ୍କ ଖଣ୍ଡପୀଠ ପୱନ ଖେଡା ଏବଂ ଅନ୍ୟମାନଙ୍କ ପାଇଁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ।ତେଲେଙ୍ଗାନା ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଆସାମ ସରକାରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ ନୋଟିସ୍ ଜାରି କରି ସୁପ୍ରିମକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି।  ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି, ଶୁଣାଣି ସମୟରେ ପୱନ ଖେଡାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ନୋଟ୍‌ରେ କୁହାଯାଇଛି ଯେ, ତାଙ୍କ ପତ୍ନୀ ହାଇଦ୍ରାବାଦରେ ରୁହନ୍ତି। ତଥାପି, ସୋଲିସିଟର ଜେନେରାଲ ଏହାର ପ୍ରତିବାଦ କରି ଯୁକ୍ତି ଦେଇଥିଲେ ଯେ ତାଙ୍କ ପତ୍ନୀଙ୍କ ଆଧାର କାର୍ଡ ତାଙ୍କୁ ଦିଲ୍ଲୀର ବାସିନ୍ଦା ବୋଲି ଦର୍ଶାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking