27.1 C
Bhubaneswar
Monday, April 13, 2026
Homeଓଡିଶାଏସଆଇ ସ୍କାମ: ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ରେଡ

ଏସଆଇ ସ୍କାମ: ଟେକ୍ନୋ ସ୍କୁଲ କ୍ୟାମ୍ପସରେ ସିବିଆଇ ରେଡ

ଭୁବନେଶ୍ୱର: ଏସ୍‌ଆଇ  ପରୀକ୍ଷା ସ୍କାମରେ ସିବିଆଇର ବଡ଼ ଆକ୍ସନ । ଏସ୍‌ଆଇ ପରୀକ୍ଷା ସ୍କାମ ମାମଲାରେ ଫେରାର ଅଭିଯୁକ୍ତ ଗୋବିନ୍ଦ ତ୍ରିପାଠୀଙ୍କ ସହ ସମ୍ପୃକ୍ତ ଅନଲାଇନ ପରୀକ୍ଷା ସେଣ୍ଟର ଉପରେ ସିବିଆଇର ପ୍ରଥମ ଚଢ଼ାଉ । ଟେକ୍ନୋ ସ୍କୁଲ କ୍ୟାମ୍ପସ ଭିତରେ ଚାଲିଛି ଏହି ଚଢ଼ାଉ । ପ୍ରାୟ ୨୦ଜଣିଆ ସିବିଆଇ ଟିମ୍ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ବ୍ୟାପକ ତଦନ୍ତ କରୁଛି । ଏହି ସ୍କାମ ସହ ସମ୍ପୃକ୍ତ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ସୁରେଶ ନାୟକ ସହିତ ୧୭ଜଣ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ କୋର୍ଟରେ ପ୍ରମାଣପତ୍ର ଦାଖଲ କରିଛି । ଅଭିଯୋଗ ଅନୁଯାୟୀ, ୧୫ଲକ୍ଷ ଟଙ୍କା ନେଇ ପରୀକ୍ଷାର୍ଥୀ ମାନଙ୍କର ରୋଲ ନମ୍ବରକୁ ପୁନଃ ସମୟ ନିର୍ଦ୍ଧାରଣ ଅର୍ଥାତ ରିସିଡ୍ୟୁଲ କରାଯାଇ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କୁ ଏହି ସେଣ୍ଟରକୁ ପରୀକ୍ଷା ଦେବାକୁ ଆଣାଯାଉଥିଲା । ପୂର୍ବରୁ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା ବେଳେ ସେଥିରୁ ସମଗ୍ର ଘଟଣାର ଗୁପ୍ତ ତଥ୍ୟ ବାହାରକୁ ଆସିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking