ନୂଆଦିଲ୍ଲୀ :ପଞ୍ଚଭୂତରେ ବିଲୀନ ଆଶା ଭୋସଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃ୍ତ୍ୟ । ବାସଭବନରେ ଶେଷ ଦର୍ଶନ କଲେ ବହୁ ବିଶିଷ୍ଟ ବ୍ୟକ୍ତି । ମୁମ୍ବାଇ ଶିବାଜୀ ପାର୍କରେ ସନ୍ଧ୍ୟା ସମୟରେ କରାଗଲା କିମ୍ବଦନ୍ତି ଗାୟିକା ଆଶା ଭୋସଲେଙ୍କ ଶେଷକୃତ୍ୟ । ଏହାରି ଭିତରେ ଲୋୟର ପାରେଲ୍ ସ୍ଥିତ ବାସଭବନରେ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି । ଜାତୀୟ ପତାକା ପକାଇ ସମ୍ମାନ ଜଣାଇଛନ୍ତି ପ୍ରଶାସନିକ ଅଧିକାରୀ । ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହିଥିଲେ ।










