35.2 C
Bhubaneswar
Monday, April 13, 2026
Homeଓଡିଶାହାଇୱାକୁ ଧକ୍କାଦେଲା ଘରୋଇ କଲେଜ ବସ: ୧୬ ଆହତ

ହାଇୱାକୁ ଧକ୍କାଦେଲା ଘରୋଇ କଲେଜ ବସ: ୧୬ ଆହତ

ଯାଜପୁର: ଯାଜପୁର କୋରାଇ ଥାନା ଔପଦା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ରଙ୍ଗରୁଟରେ ପପଶୁଥିବା ହାଇୱାକୁ ଧକ୍କାଦେଲା ଘରୋଇ କଲେଜ ବସ । ୧୬ ଆହତ । ସମସ୍ତଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ କଟକ, ୨ ଜଣଙ୍କୁ ଯାଜୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୧୧ ଜଣ ଛାତ୍ରଙ୍କୁ ଟାଟା ମେଡିକାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତି ୧୧ଟା ସମୟରେ ଘରୋଇ କଲେଜର ଏକ ବସ ଛାତ୍ରମାନଙ୍କୁ ନେଇ ଯାଜପୁର ରୋଡ ସ୍ଥିତ ହଷ୍ଟେଲ ଅଭିମୁଖେ ଯାଉଥିଲେ । ଔପଦା ଛକ ନିକଟରେ ହଠାତ ଏକ ହାଇୱା ରଙ୍ଗରୁଟ ରେ ବସ ଆଗକୁ ପଶି ଆସିଥିଲା । ପଳରେ ଭାରସାମ୍ୟ ହରାଇ ବସଟି ହାଇୱାକୁ ଧକ୍କା ଦେଇଥିଲା । ଫଳରେ ହାଇୱାର ଇଞ୍ଜିନ ଓ ଡାଲା ଅଲଗା ହୋଇଯାଇଥିବା ବେଳେ ବସଟି ବାମ ପାଖରୁ ଡାହାଣ ପାଖକୁ ମାଡି ଯାଇଥିଲା । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବସଟି ରାସ୍ତା କଡରେ ରହିଯାଇଥିଲା । ଖବର ପାଇ କୋରେଇ ଓ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତଙ୍କୁ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking