33.5 C
Bhubaneswar
Sunday, April 12, 2026
Homeଅପରାଧ୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

୧୬ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବରେଲିରୁ ଆସିଲା ଲଜ୍ଜାଜନକ ଖବର । ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୭ ଅଭିଯୁକ୍ତ ଏଭଳି ଲଜ୍ଜାଜନକ କାଣ୍ଡ ଭିଆଇଥିବାବେଳେ ଫେରାର ଅଛନ୍ତି । ଏକ କାଫେରେ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବାବେଳେ ସେମାନେ ଫେରାର ଅଛନ୍ତି । ପୁଳିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ଖୋଜୁଛି । ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ମିଳିଥିବା ଖବର ଅନୁସାରେ ନାବାଳିକାଙ୍କୁ ମୁଖ୍ୟ ଅଭିଯୁକ୍ତ ଅସଦ ହାଇଦର ମାର୍ଚ୍ଚ ୧୯ ତାରିଖରେ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିବାବେଳେ ଭିଡିଓ କରିଥିଲା । ସ୍କୁଲ ଯାଉଥିବାବେଳେ ନାବାଳିକାଙ୍କୁ ଏକ ନିଛାଟିଆ କଠୋରୀକୁ ନେଇ ଦୁଷ୍କର୍ମ କରିଥିଲା । ପରେ ଭିଡିଓକୁ ଦେଖାଇ ବ୍ଲାକମେଲ କରିଥିଲା । ଯଦି କାହା ଆଗରେ କହିବ ଭିଡିଓ ଭାଇରାଲ କରିଦେବ ବୋଲି ଧମକ ଦେଇଥିଲା । ନାବାଳିକା ଜଣକ ଭୟରେ ଏ ସମ୍ପର୍କରେ କାହାକୁ ମଧ୍ୟ ଜଣାଇନଥିଲେ ।

ଗତ ଏପ୍ରିଲ୍ ୨ ତାରିଖରେ ନାବାଳିକା ଜଣକ ସ୍କୁଲ ଯିବାବେଳେ ଭିଡିଓ ଦେଖାଇ ପୁଣିଥରେ ବ୍ଲାକମେଲ କରିଥିଲା । ଏକ କାଫେକୁ ନାକାଳିକାଙ୍କୁ ଆସିବାକୁ କହିଥିଲା । ବିଚରା ନାବାଳିକା ଜଣକ ଉପାୟଶୂନ୍ୟ ହୋଇ ସେଠାରେ ପହଞ୍ଚିଥିଲା । ଆଉ ସେଠାରେ ଥିବା ତାର ୬ ଜଣ ସାଙ୍ଗ ମଧ୍ୟ ଦୁଷ୍କର୍ମ କରିଥିଲେ । ଘରକୁ ଫେରିବା ପରେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ପରିବାର ଲୋକେ ମେଡିକାଲ ନେବାପରେ ସବୁ ସତ ଜାଣିଥିଲେ । ଏନେଇ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି । ସମସ୍ତ ଅଭିଯୁକ୍ତ ଫେରାର ରହିଥିବାବେଳ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏମାନଙ୍କୁ ଖୋଜୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking