27.9 C
Bhubaneswar
Saturday, April 11, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ: ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ: ଲଙ୍ଗଳକଣ୍ଟି ଠାରେ ଅଣ୍ଡରପାସ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର / ଭୁବନେଶ୍ୱର:  ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଏବଂ ଟ୍ରାଫିକ୍ ଗତିକୁ ସହଜ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରର ଲଙ୍ଗଳାକାଣ୍ଟି ଠାରେ ନୂତନ NH-20ର ପାଣିକୋଇଲି-ରିମୁଲି ସେକ୍ସନରେ ନବନିର୍ମିତ ଅଣ୍ଡରପାସ୍ ର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଅଣ୍ଡରପାସ୍ NH-20 ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଡ଼କ ଭାବରେ ବିକଶିତ ହୋଇଛି, ଯାହାକି ରାଜ୍ୟର ପ୍ରମୁଖ ଶିଳ୍ପ, ଖଣି ଏବଂ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ରାଜପଥ ମଧ୍ୟରୁ ଗୋଟିଏ। ଏଣୁ ଏହି ପ୍ରକଳ୍ପ ସ୍ଥାନୀୟ ଅଂଚଳର ଟ୍ରାଫିକ ହ୍ରାସ କରିବ। ଲଙ୍ଗଳକଣ୍ଟିରେ ଅବସ୍ଥିତ ଏହି ଅଣ୍ଡରପାସ୍ , ଟିକିରା, ଢେଙ୍କିକୋଟ ଏବଂ ବାରବେଡା ଭଳି ନିକଟବର୍ତ୍ତୀ ଅଞ୍ଚଳରୁ ଟ୍ରାଫିକ ହ୍ରାସ କରିବ। ଏହା ଏକ ଗ୍ରେଡ୍ ସେପାରେଟର୍ ଭାବରେ କାର୍ଯ୍ୟ କରିବା ସହିତ ସୁଗମ ପରିବହନ ଏବଂ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ ଓ ସହିତ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁରକ୍ଷିତ ପଦଯାତ୍ରୀ କ୍ରସିଂ ମଧ୍ୟ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହି ଉଦଘାଟନ ସମଗ୍ର ଓଡ଼ିଶାରେ ଭିତ୍ତିଭୂମି ବିକାଶ ଏବଂ ସଡ଼କ ସୁରକ୍ଷା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡଃ ଫକୀର ମୋହନ ନାଏକ, ପାଟଣା ବିଧାୟକ ଶ୍ରୀ ଅଖିଳ ନାଏକ ଓ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking