33.5 C
Bhubaneswar
Friday, April 10, 2026
Homeଓଡିଶାନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡ

ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡ

ଅନୁଗୋଳ: ନାବାଳିକା ଦୁଷ୍କର୍ମୀକୁ ଫାଶୀ ଦଣ୍ଡ । ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅନୁଗୋଳ ପକ୍ସୋ କୋର୍ଟଙ୍କର ବଡ ରାୟ ସାମ୍ନାକୁ ଆସିଛି । ଦୋଷୀ ବାବୁଲା ଜେନାଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ଅନୁଗୋଳ ପକ୍ସୋ କୋର୍ଟ । ଡିଏନଏ ରିପୋର୍ଟ ଫରେନସିକ ତଥ୍ୟ ସାକ୍ଷ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସୂଚନା ଅନୁସାରେ ୨୦୨୫ ମାର୍ଚ୍ଚ ୧୪ରେ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଘଟିଥିଲା ଏହି ବର୍ବର କାଣ୍ଡ । ୪ ବର୍ଷ ୧୦ ମାସର ନାବାଳିକା ଜଣଙ୍କ ଯେତେବେଳେ ନିଜ ଘର ଆଗରେ ଖେଳୁଥିଲା , ସେତେବେଳେ ମୋବାଇଲ ଦେଖାଇବା ବାହାନା କରି ଦୋଷୀ ବାବୁଲା ଜେନା ନାବାଳିକାକୁ ଘରକୁ ନେଇ ଦୁଷ୍କର୍ମ କରି ଅତି ଅମାନୁଷିକ ଭାବେ ତଣ୍ଟିକୁ ଚିପି ହତ୍ୟା କରିଥିଲା । ଖବର ଜାଣିବା ପରେ ନାବାଳିକାର ପରିବାର ଲୋକେ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଗୁରୁତ୍ୱର ସହ ନେଇବ ଶିଳ୍ପାଞ୍ଚଳ ଥାନା ପୋଲିସ ଏହାର ତନାଘନା କରିଥିଲା । ଡିଏନଏ ରିପୋର୍ଟ ଫରେନସିକ ତଥ୍ୟ ସାକ୍ଷ ପ୍ରମାଣ ଆଧାରରେ ପୋଲିସ ମାନ୍ୟବର କୋର୍ଟଙ୍କ ପାଖରେ ଚାର୍ଜସିଟ ଦାଖଲ କରିଥିଲା । ଦୋଶୀକୁ ଫାଶୀ ଦଣ୍ଡାଦେଶ ପାଇଁ ମଧ୍ୟ କୋର୍ଟଙ୍କ ପାଖରେ ଅପିସ କରିଥିଲା ଶିଳ୍ପାଞ୍ଚଳ ପୋଲିସ । ଯାହାକୁ ନେଇ ଆଜି ପୋକ୍ସୋ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ହୁଏତ କିଛି ଦୁଷ୍କର୍ମକାରୀ ନର ରାକ୍ଷସ ମନରେ ଭୟ ପଶିଥିବ । ଏଭଳି ଅମାନୁଷିକ କାଣ୍ଡ ଘଟାଇବା ପୂର୍ବରୁ କୋର୍ଟଙ୍କ ଦଣ୍ଡକୁ ମନେ ପକାଇ ଆଉ ସେଭଳି କାଣ୍ଡ ଘଟାଇବେ ନାହିଁ ବୋଲି ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking