27.1 C
Bhubaneswar
Wednesday, April 8, 2026
Homeଦେଶ ବିଦେଶଅସ୍ତ୍ରବିରତିରେ ଲେବାନନ ସାମିଲ ନୁହେଁ: ଇସ୍ରାଏଲ

ଅସ୍ତ୍ରବିରତିରେ ଲେବାନନ ସାମିଲ ନୁହେଁ: ଇସ୍ରାଏଲ

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହାକୁ ସ୍ୱାଗତ କରିଛନ୍ତି । ନେତାନ୍ୟାହୁ କହିଛନ୍ତି, ଆମେରିକା ରାଷ୍ଟ୍ରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ ଇରାନ ଉପରେ ଆକ୍ରମଣ ନ କରିବାକୁ ନେଇଥିବା ନିଷ୍ପତ୍ତି ସ୍ୱାଗତଯାଗ୍ୟ । କିନ୍ତୁ ଏହି ଅସ୍ତ୍ରବିରତି ଭିତରେ ଲେବାନନ ଆସୁନାହିଁ । ତେବେ ନେତାନ୍ୟାହୁଙ୍କ ଏହି ଦାବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନ୍ତବ୍ୟଠାରୁ ଭିନ୍ନ ରହିଛି। ପାକିସ୍ତାନ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ମଧ୍ୟସ୍ଥତା କରୁଛି । ବୁଧବାର ନେତାନ୍ୟାହୁଙ୍କ ଅଫିସ ପକ୍ଷରୁ କୁହାଯାଇଥିଲା ଯେ, ଇସ୍ରାଏଲ ଆମେରିକାର ପ୍ରୟାସକୁ ସମର୍ଥନ କରୁଛି । ଇରାନ ଆଉ ଆମେରିକା, ଇସ୍ରାଏଲ ଓ ଅନ୍ୟ ଆରବ ଦେଶ ଏବଂ ବିଶ୍ୱ ପାଇଁ ପରମାଣୁ, କ୍ଷେପଣାସ୍ତ୍ର ଏବଂ ଆତଙ୍କବାଦ ବିପଦ ସୃଷ୍ଟି କରୁନାହିଁ । ତେବେ ୨ ସପ୍ତାହର ଅସ୍ତ୍ରବିରତିରେ ଲେବାନନକୁ ସାମିଲ କରାଯାଇନାହିଁ । ସଙ୍କଟଗ୍ରସ୍ତ ଲେବାନନ ମାର୍ଚ୍ଚ ୨ରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ ହୋଇଥିଲା । ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖେମେନେଇଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହେଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଇସ୍ରାଏଲ ଜବାବରେ ଲେବାନନ ଉପରେ ଆକ୍ରମଣ କରିଥିଲା । ଏଥିଯୋଗୁଁ ଲେବାନନରେ ପ୍ରାୟ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଯାହାକି ଦେଶର ମୋଟ ଜନସଂଖ୍ୟାର ଏକ ପଞ୍ଚମାଂଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking