ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଵେଆଇନ ବାଲି ଚୋରାଚାଲାଣ । ଏଇ ପ୍ରତିବାଦ ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ସୁବଳୟା ଥାନା ଅଧିକାରୀଙ୍କ ବଦଳି ଦାବି ବି ତେଜିଛି । ଯାହାକୁ ବିରୋଧ କରି ୮ ଘଣ୍ଟିଆ ବୀରମହାରାଜପୁର ବନ୍ଦ ଡାକରା । ଆମ ଆଦମୀ ପାର୍ଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସେପଟେ ବଡ଼ ଅଘଟଣ ଆଶଙ୍କା କରି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହାସହ ଜୀବନ ଯାତ୍ରା ସ୍ଵାଭାବିକ ରହିବ ସେ ଦିଗରେ ପୋଲିସ ସଜାଗ ରହିଛି ।ତେବେ ଏହି ବନ୍ଦ ପାଳନରେ ଦୋକାନ ବଜାର ବନ୍ଦ ହେବା ସହ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଗାଡ଼ି ମଟର ଚଳାଚଳ ବନ୍ଦ ଡାକରା ଦେଇଥିଲା । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟାପକ ମୁତୟନ ହୋଇଥିବା ବେଳେ ଆମ ଆଦମୀ ପାର୍ଟି ନେତା କର୍ମୀଙ୍କୁ ପୋଲିସ ବୀରମହାରାଜପୁର ମୁଖ୍ୟ ଛକରୁ ଉଠାଇନେଲା ।










