30.1 C
Bhubaneswar
Saturday, April 4, 2026
Homeଓଡିଶାପଞ୍ଚାୟତ ନିର୍ବାଚନ ଜିଲ୍ଲା ବୁଲିବେ ନବୀନ

ପଞ୍ଚାୟତ ନିର୍ବାଚନ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ୱର: ଗୋଟିଏ ପରାଜୟ ଆଉ ଖଣ୍ଡ ବିଖଣ୍ଡିତ ବିଜେଡି । ଆଉ ଏହାରି ଭିତରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ନେଇ ଦଳ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଆଉ ଏଥର ମଇଦାନକୁ ନବୀନ ପଟ୍ଟନାୟକ ଓହ୍ଲାଉଥିବା ଖବର ମିଳିଛି । ଏହି କ୍ରମରେ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରିବେ । ଅକ୍ଟୋବର, ନଭେମ୍ବରରୁ ନବୀନ ପଟ୍ଟନାୟକ ଜିଲ୍ଲାରୁ ଜିଲ୍ଲା ବୁଲି ପୁଣି ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ ଚେଷ୍ଟା କରିବେ । ଏନେଇ ଜିଲ୍ଲାର ନେତାମାନଙ୍କୁ ବିଜେଡି କାର୍ଯ୍ୟାଳୟରୁ ଖବର ଯାଇଛି ।ଗସ୍ତ ବେଳେ ନବୀନ ପଟ୍ଟନାୟକ ଦଳରୁ ଦୂରେଇ ଯାଇଥିବା ଲୋକଙ୍କୁ ପୁଣି ଦଳ ଭିତରକୁ ଫେରାଇଆଣିବାକୁ ଚେଷ୍ଟା କରିବେ । ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ  କାମ ଆରମ୍ଭ ହେଲାଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking