ଭୁବନେଶ୍ବର: ପୁରୀ ଜଗନ୍ନାଥ ବିମାନ ବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି। ପୁରୀ ଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ କେନ୍ଦ୍ର ସରକାରଙ୍କ ଷ୍ଟେଜ୍ -୧ ଅନୁମୋଦନ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୁରୀ ଜଙ୍ଗଲ ବିଭାଗରେ ୨୭.୮୮୭ ହେକ୍ଟର ଜମି ଯୋଗାଇ ଦିଆଯିବ।









