28.1 C
Bhubaneswar
Saturday, April 4, 2026
Homeଓଡିଶାପର୍ଶୁରାମ ଜୟନ୍ତୀ ପ୍ରସ୍ତୁତି ବୈଠକ

ପର୍ଶୁରାମ ଜୟନ୍ତୀ ପ୍ରସ୍ତୁତି ବୈଠକ

କଳାହାଣ୍ଡି : ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଚଳିତ ଅପ୍ରେଲ ମାସ ୧୯ ତାରିଖରେ ଭବାନୀପାଟଣାରେ ଜିଲ୍ଲା ସ୍ତରୀୟ ପର୍ଶୁରାମ ଜୟନ୍ତୀ ପାଳନ କରିବା ନିମନ୍ତେ ହୋଟେଲ ଭାଗିରଥୀ ଇନ୍ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରିଷ୍ଠ ଜିଲ୍ଲା ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର କୁମାର ପଣ୍ଡା, ଉପସଭାପତି ବିନୋଦ କୁମାର ଶର୍ମା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା,ପର୍ଶୁରାମ ସେନା ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ଠାକୁର, ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ନଗର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ଖମାରୀ, ପ୍ରଭାସ ଚନ୍ଦ୍ର ମିଶ୍ର ସମେତ ବହୁ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଷ୍ଟାଚ୍ୟୁ ଛକ ନିକଟସ୍ଥ ମ୍ୟାରେଜ୍ ପ୍ୟାଲେସରେ ଚଳିତ ବର୍ଷ ପର୍ଶୁରାମ ଜୟନ୍ତୀ ଆୟୋଜନ ନିମନ୍ତେ ବୈଠକରେ ସ୍ଥିର କରାଯାଇଥିଲା। ୧୯ ତାରିଖ ଅପରାହ୍ନ ୨ ଟାରେ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଭଗବାନଙ୍କ ପୂଜାର୍ଚ୍ଚନା ଓ ଘୃତ ଯଜ୍ଞ ଅନୁଷ୍ଠିତ ହେବ। ସନ୍ଧ୍ୟା ଛଅ ଟାରେ ଯଜ୍ଞ ସ୍ଥଳରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଉତ୍ସବ ସ୍ଥଳକୁ ପ୍ରତ୍ୟାବର୍ତ୍ତନ କରିବ। ତାପରେ ସାଧାରଣ ସଭା, ସମ୍ବର୍ଦ୍ଧନା ଓ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ହେବ। ପ୍ରସ୍ତୁତି ବୈଠକ ଅବସରରେ ଓଡ଼ିଶା ବ୍ରାହ୍ମଣ ମହାସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଉମେଶ ଚନ୍ଦ୍ର ପଣ୍ଡା ଓ କଳାହାଣ୍ଡି ଓକିଲ ସଂଘର ନବ ନିର୍ବାଚିତ ସଭାପତି ସନ୍ତୋଷ କୁମାର ପଣ୍ଡା ଓ ସମ୍ପାଦକ ନିହାର ରଞ୍ଜନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପର୍ଶୁରାମ ଜୟନ୍ତୀ ଉତ୍ସବର ସୁପରିଚାଳନା ନିମନ୍ତେ ଛଅ ଗୋଟି କମିଟି ଗଠନ କରାଯାଇଛି ବୋଲି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking