27.1 C
Bhubaneswar
Thursday, April 2, 2026
Homeଓଡିଶାକୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ

କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ ଗିରଫ

ସମ୍ବଲପୁର: କୁବେର ଡେପୁଟି ମ୍ୟାନେଜର ଗିରଫ । ଓପିଏଚଡବ୍ଲ୍ୟୁସିର କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୁବେର ଡେପୁଟି ମ୍ୟାନେଜର । ଏନେଇ ସମ୍ବଲପୁର ଭିଜିଲାନ୍ସ ଏସପି ପି. କେ ଦ୍ୱିବେଦୀ ସୂଚନା ଦେଇଛନ୍ତି । କୁବେର ବିଦ୍ୟୁତ ରଞ୍ଜନ ଭୋଳଙ୍କର ୨୯ଟି ପ୍ଲଟ ଠାବ କରାଯାଇଛି । ଜଟଣା, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ଟି ପ୍ଲଟ ରହିଛି । ୨ ବହୁତଳ କୋଠା ସହିତ କଳିଙ୍ଗ ବିହାରରେ ରହିଛି ବାବୁଙ୍କର ଗୋଟିଏ ଫ୍ଲାଟ । ରେଡ ବେଳେ ବାବୁଙ୍କ ଘରୁ ମିଳିଛି ୧ କୋଟି ୧୪୦ ଗ୍ରାମର ସୁନା ଅଳଙ୍କାର । ବର୍ତ୍ତମାନ ସୁଦ୍ଧା ନଗଦ ୪୮ ଲକ୍ଷ ୭୯ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ । ଗତକାଲିଠାରୁ ଓପିଏଚଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କର ଘରେ ରେଡ ଜାରି ରହିଛି । ପୋଲିସ ଆବାସିକ ଏବଂ କଲ୍ୟାଣ ଡେପୁଟି ମ୍ୟାନେଜର ପ୍ରଥମେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ବିଦ୍ୟୁତ ରଞ୍ଜନଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ସମ୍ବଲପୁର , ଭଞ୍ଜନଗର , ଭୁବନେଶ୍ୱରରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking