ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳ ବଦଳ ହୋଇଛି। ରାଜ୍ୟ ଅବକାରୀ ବିଭାଗ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ଭାସ୍କର ଜ୍ୟୋତି ଶର୍ମାଙ୍କ ଠାରୁ ଅବକାରୀ ବିଭାଗ କାଢ଼ି ନିଆ ଯାଇଛି। ସେ ଏବେ କେବଳ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଭାବେ ପ୍ରମୁଖ ସଚିବ ଭାବେ ଅବସ୍ଥାପିତ ହୋଇଛନ୍ତି। ଶ୍ରୀ ଶର୍ମା ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ର ସିଏମଡି ଏବଂ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ର ଅଧ୍ୟକ୍ଷ(ଅତିରିକ୍ତ ଦାୟିତ୍ୱ)ଙ୍କୁ ସହିତ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦାୟିତ୍ୱ ସଂପାଦନ କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ସନ୍ଥନଗୋପାଳନ ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇଥିବାବେଳେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଫଳରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍ର ଅଧ୍ୟକ୍ଷ ଭାବେ ଭାସ୍କର ଜ୍ୟୋତି ଶର୍ମାଙ୍କ ଅତିରିକ୍ତ ଦାୟିତ୍ୱ ଏଣିକି ସମାପ୍ତ ହୋଇଯିବ। ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହଙ୍କୁ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଶ୍ରୀ ସିଂହ ରାଜ୍ୟ ରାଜପଥ ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ଭାବେ ଦିଆଯାଇଥୁବା ଅତିରିକ୍ତ ଦାୟିତ୍ୱକୁ ରବ୍ଦ କରାଯାଇଛି।









