ଭୁବନେଶ୍ୱର: ବିଜୁ ବାବୁଙ୍କ ଉପରେ ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନକରାତ୍ମକ । ସରକାରଙ୍କ ସଜ୍ଞାନକୁ ଆସିଛି କହିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଭଳି ମନ୍ତବ୍ୟ ଅପରିଣାମ ଦର୍ଶୀ, କୌଣସି ମତେ ଗ୍ରହଣୀୟ ନୁହେଁ । ନିଶିକାନ୍ତଙ୍କ ମନ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ବ୍ୟଥିତ କରିଛି । ଆଉ କେହି ଏପରି ମନ୍ତବ୍ୟ ଓ ପ୍ରତି ମନ୍ତବ୍ୟ ନଦେବାକୁ ଅନୁରୋଧ କରାଯାଉଛି । ଏହାକୁ ନେଇ ରାଜନୀତି କଲେ ବିଜୁଙ୍କ ସମ୍ମାନ ପ୍ରତି ଆଘାତ ହେବ ।










