ପୁରୀ: ଆଜି ଚୈତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେବ ଦୟଣା ଚୋରି ନୀତି । ପାଲିଙ୍କିରେ ଜଗନ୍ନାଥ ବଲ୍ଲଭ ମଠକୁ ଯିବେ ରାମକୃଷ୍ଣ । ଏଥିରେ ପ୍ରଭୁ ରାମକୃଷ୍ଣ , ଜଗନ୍ନାଥ ବଲ୍ଲଭ ମଠରୁ ଦୟଣା ପତ୍ର ଚୋରି ବନ୍ଧା ପଡିବା ପରେ ପୁନର୍ବାର ମନ୍ଦିରକୁ ବାହୁଡି ଆସନ୍ତି । ଏହା ମହା ପ୍ରଭୁଙ୍କ ଲୀଳା ଓ ପ୍ରକୃତି ପ୍ରତି ପ୍ରେମକୁ ଦର୍ଶାଏ । ପୂଜାପଣ୍ଡାମାନେ ରାମକୃଷ୍ଣଙ୍କୁ ସାଙ୍ଗରେ ନେଇ ଜଗନ୍ନାଥ ବଲ୍ଲଭ ମଠର ବଗିଚାରୁ ଦୟଣା ଚୋରି ନୀତି କରିଥାନ୍ତି । ପୌରାଣିକ ମତ ଅନୁଯାୟୀ, ଦମନକ ନାମକ ଅସୁରକୁ ମାରି ମହାପ୍ରଭୁ ଦୟଣା ଗଛକୁ ଗ୍ରହଣ କରିଥିଲେ । ଚୋରି ପରେ ଦୟଣା ଗଛକୁ ନେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରାଯାଏ । ଆସନ୍ତାକାଲି ଅର୍ଥାତ ଚତୁର୍ଦ୍ଦଶୀ ଦିନ ଦୟଣା ଲାଗି ହେବା ସହ ମାୟମୃଗ ପ୍ରସ୍ତାବ ଓ ଶ୍ରୀମନ୍ଦିରରେ ସୀତା ଚୋରିନୀତି ମଧ୍ୟ ରହିଛି ।










