ମାଲକାନଗିରି: ପ୍ରେମିକା ପାଇଁ ମୋବାଇଲ ଟାୱାର ଉପରେ ଚଢିଗଲା ଯୁବକ । ଦୀର୍ଘ ସମୟ ଧରି ଟାୱାର ଉପରେ ଚଢିଗଲା ଯୁବକ । ଦୀର୍ଘ ସମୟ ଧରି ଟାୱାର ଉପରେ ଚଢିଥିବା ଯୁବକକୁ ବହୁ କସରତ କରି ତଳକୁ ଓହ୍ଲାଇଲା ଅଗ୍ନିଶମ ବାହିନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସିଂଗରାଜଖୁଣ୍ଟା ଗାଁରେ । ଯୁବକ ଜଣଙ୍କ ପ୍ରେମିକା ଗାଁରେ ଆସି ସେଠାରେ ଥିବା ଟାୱାର ଉପରେ ଚଢିଯାଇଥିଲା। ଫିଲ୍ମ ଷ୍ଟାଇଲରେ ଟାୱାର ଉପରେ ଚଢି ଆତ୍ମହତ୍ୟା ନେଇ ଧମକ ବି ଦେଇଥିଲା। ତାକୁ ତଳକୁ ଓହ୍ଲାଇବାକୁ ଅଗ୍ନିଶମବାହିନୀ ନାକେଦମ ହୋଇଥିଲ।। ୩ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ଯୁବକ ଜଣଙ୍କ ।










