34.1 C
Bhubaneswar
Sunday, March 29, 2026
Homeଓଡିଶାଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ବାଲେଶ୍ୱର: ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ । ୧୫ ଦିନ ଧରି ଭେଣ୍ଡିଆ ପୁଅର ଖୋଜ ଖବର ନପାଇ ପରିବାର ଲୋକଙ୍କ ଆଖିର ଲୁହ ଶୁଖୁନି । ଶେଷରେ ନିଖୋଜ ଯୁବକଙ୍କ ମା, ସ୍ତ୍ରୀ ପିଲାଙ୍କୁ ଧରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାନ୍ଥିଭଉଁରୀ ଗାଁର ବାବୁରାମ କୁଅଁରଙ୍କ ପୁଅ ଅଜିତଙ୍କୁ ଦଲାଲ ବାପି ସାହୁ ପଶ୍ଚିମବଙ୍ଗର ଜାମକିରିରେ କୁକୁଡ଼ା ଫାର୍ମରେ କାମ ଦେବେ କହି ନେଇଥିଲେ । କିନ୍ତୁ ସେଠାରେ ଅଜିତ୍ ୧୫ ଦିନ ହେବ ନିଖୋଜ ଅଛନ୍ତି । ଏପଟେ ନିଖୋଜ ଖବର ଶୁଣି ସ୍ତ୍ରୀ, ମାଆ ଓ ୩ ନାବାଳିକା ଝିଅ ଚିନ୍ତାରେ ପଡ଼ିଛନ୍ତି । ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକ ନିରାଶ ହୋ ଜିଲ୍ଲାପାଳଙ୍କ ଦ୍ୱାରା ହୋଇଛନ୍ତି । ସେପଟେ ଚନ୍ଦନେଶ୍ୱର ଫାଣ୍ଡିରେ ଠିକାଦାର ବାପି ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ ସ୍ୱାମୀକୁ ଖୋଜି ବାହାର କରିବା ପାଇଁ ସ୍ତ୍ରୀ ନିବେଦନ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking