ଭୁବନେଶ୍ୱର: ଦିନରେ ତାତି, ରାତିରେ ବର୍ଷା । ଦିନର ସର୍ବୋଚ୍ଚ ତାପମାତ୍ରା ଦୁଇ ଦିନରେ ୪୦ ଡିଗ୍ରୀ ଛୁଇଁପାରେ । ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ । ଝାରସୁଗୁଡ଼ା, ଟିଟିଲାଗଡ଼, ସମ୍ଵଲପୁର, ସୁନ୍ଦରଗଡ଼ରେ ୪୦ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଏହା ସହ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ବି ରହିଛି । ଆସନ୍ତାକାଲି ସକାଳ ୮.୩୦ଯାଏଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୁରଭଞ୍ଜ, ସୁନ୍ଦରଗଡ଼,କେନ୍ଦୁଝର, ବାଲେଶ୍ୱରରେ ଝଡ଼ବର୍ଷା ସମ୍ଭାବନା ରହିଛି । ଏହାସହ ୫୦ରୁ ୬୦ କିମି ବେଗରେ ବହିପାରେ ପବନ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଓଡିଶା ଓ ତା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।










