26.1 C
Bhubaneswar
Wednesday, March 25, 2026
Homeଓଡିଶାବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ

ବୌଦ୍ଧ ଜିଲ୍ଲାରେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ମାନସିକ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅତିରିକ୍ତ ଜିଲ୍ଲା ବିଚାରପତି ବୌଦ୍ଧ ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତକୁ କଠୋର ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହି ମାମଲାରେ ଶିଶୁ ଯୌନ ନିର୍ଯାତନ ସୁରକ୍ଷା (POCSO) ଆଇନର ଦଫା ୧୦ ଏବଂ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଦଫା ୩୩୨(ଗ) ଅନୁଯାୟୀ ଅଭିଯୁକ୍ତ ଗଣେଶ ପ୍ରଧାନକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ମାମଲାର ବିବରଣୀ ଅନୁଯାୟୀ, ଗତ ୨୦୨୪ ମସିହା ମାର୍ଚ୍ଚ ୦୭ ତାରିଖରେ ଅଭିଯୋଗକାରୀ ଶିବ ମହାଲିକ ଓ ତାଙ୍କ ସ୍ତ୍ରୀ ଘରେ ନଥିବା ସୁଯୋଗ ନେଇ ଗୁଡାପଡା ଗ୍ରାମର ଅଭିଯୁକ୍ତ ଗଣେଶ ପ୍ରଧାନ ତାଙ୍କ ଘରେ ପ୍ରବେଶ କରିଥିଲେ। ସେଠାରେ ସେ ଅଭିଯୋଗକାରୀଙ୍କ ମାନସିକ ଅକ୍ଷମ କନ୍ୟାଙ୍କୁ ବଳାତ୍କାର କରିଥିଲେ। ଏ ନେଇ ବୌଦ୍ଧ ଥାନାରେ ୧୨.୦୩.୨୦୨୪ ରିଖରେ ମାମଲା ରୁଜୁ ହୋଇଥିଲା।ପୋଲିସ ପକ୍ଷରୁ ତୁରନ୍ତ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ପୋଲିସର ଦ୍ରୁତ ତଦନ୍ତ ଓ ଦୃଢ଼ ପ୍ରମାଣ ଉପସ୍ଥାପନ ଫଳରେ ମାନ୍ୟବର ଅଦାଲତ ଅଭିଯୁକ୍ତଏହି ମାମଲାର ଚୂଡାନ୍ତ ରାୟ ଶୁଣାଇଛନ୍ତି।ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରେ ଏପରି ସମ୍ବେଦନଶୀଳ ମାମଲାରେ ତ୍ୱରିତ ନ୍ୟାୟ ପ୍ରଦାନ ଓଡ଼ିଶା ପୋଲିସର ଦକ୍ଷତା ଏବଂ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରମାଣ ଦେଉଛି।ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବୌଦ୍ଧ ଏସପି ଏବଂ ତଦନ୍ତକାରୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ନୂତନ ଭାରତୀୟ ଆଇନ କାର୍ଯ୍ୟକାରି ହେବାପରେ ଦ୍ରୁତ ତଦନ୍ତ ଓ କମ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking