ଭୁବନେଶ୍ୱର: ଶୁକ୍ରୁର ସରେଣ୍ଡର ପରେ ଆଣ୍ଟି ନକ୍ସଲ ଅପରେସନ ଏଡିଜି ବଡ ସୂଚନା ଦେଇଛନ୍ତି । କହିଛନ୍ତି, କନ୍ଧମାଳ ପୋଲିସ ପାଖରେ ଶୁକ୍ରୁ ସରେଣ୍ଡର କରିସାରିଛି । ଶୁକ୍ରୁ ନାଁରେ ଥିବା ୫୫ ଲକ୍ଷର ପୁରସ୍କାର ବାବଦ ଅର୍ଥ ତାଙ୍କୁ ଦିଆଯିବ । ଏଥିସହ ସରକାରଙ୍କ ପକ୍ଷରୁ ଘୋଷିତ ଅନ୍ୟ ସୁବିଧା ସବୁ ପାଇବେ । ବର୍ତ୍ତମାନ ବର୍ତ୍ତମାନ ମାଓବାଦୀଙ୍କ ସଂଖ୍ୟା ରାଜ୍ୟରେ ସିଙ୍ଗଲ ଡିଜିଟକୁ ଖସିଛି । ମାଓ ସଂଗଠନ ପାଇଁ ଏହା ଝଟକା । ଆମ ପାଇଁ ବଡ ସଫଳତା । ଆଉ ଯେଉଁମାନେ ରହି ଯାଇଛନ୍ତି ଆତ୍ମସମର୍ପଣ ପାଇଁ ଆହ୍ୱାନ କରୁଛୁ । ସୂଚନା ଥାଉକି, ଧିରେ ଧିରେ ଭୁଶୁଡିଛି ମାଓଗଡ । ଶୁକ୍ରୁ ଆଜି ଆତ୍ମ ସମର୍ପଣ କରିଛି । ତା ମୁଣ୍ଡ ପିଛା ୫୫ ଲକ୍ଷ ଟଙ୍କା ରହିଛି ।










