30.7 C
Bhubaneswar
Thursday, June 18, 2026
Homeଓଡିଶାଜବରଦଖଲ ଉଛେଦ: ପୋଲିସ- ବସ୍ତିବାସିନ୍ଦା ମୁଁହାମୁହିଁ

ଜବରଦଖଲ ଉଛେଦ: ପୋଲିସ- ବସ୍ତିବାସିନ୍ଦା ମୁଁହାମୁହିଁ

ବରଗଡ଼: ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ ପ୍ରଭାବିତ ହେଉଛନ୍ତି ସହରର ଗରିବ ଖଟିଖିଆ ଲୋକେ । ଉଚ୍ଛେଦ ପରେ ସେମାନଙ୍କ ଜୀବନ ଜୀବିକା ଉଜୁଡି ଯାଉଛି। ବାସଗୃହ ହରାଇବାରୁ ପରିବାର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ ହୋଇ ପଡୁଛି କଷ୍ଟସାଧ୍ୟ। ଫଳରେ ଏଭଳି ଉଚ୍ଛେଦକୁ ପଡାବାସୀ ବିରୋଧ କରୁଥିବାବେଳେ ଏଥିପାଇଁ ପ୍ରଶାସନକୁ ମଧ୍ୟ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ମଙ୍ଗଳବାର ବରଗଡ଼ ପୌର ପରିଷଦର ୱାର୍‌ ନଂ-୧୪ ଏବଂ ୱାର୍‌ ନଂ-୧୫ ଅଧିନରେ ରହିଥିବା କେନାଲ ପଡାକୁ ଉଚ୍ଛେଦ କରାଯାଇଛି। ତେବେ ଉଚ୍ଛେଦ ପୂର୍ବରୁ ଥଇଥାନ ଏବଂ ଅଧିକ କିଛି ସମୟ ଦେବାକୁ ଦାବି କରି ପଡାବାସୀ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନକୁ ବାରମ୍ବାର ନେହୁରା ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking