ଢେଙ୍କାନାଳ: ଛାତରେ ପାଣି ଦେଉଥିବା ବେଲେ ଖସିପଡି ଯୁବକଙ୍କ ମୃତ୍ୟୁ । କାମାକ୍ଷାନଗର ସହର ପୁରୁଣା ଆଳତୁମା ଗାଁରେ ଅଘଟଣ ଘଟିଛି । ମୃତ ଯୁବକ ଜଣକ ସେହି ଗାଁର ଶୁଭେନ୍ଦୁ ନାଥ । ଶୁଭେନ୍ଦୁ ନିଜ ଘର ଛାତରେ ପାଣି ପକାଉଥିଲେ । ପାଣି ପକାଇବେ ସମୟରେ ଅସାବଧାନତଃ ଯୋଗୁ ଛାତରୁ ଖସି ପଡିଥିଲେ । ପରିବାର ଲୋକ ଏହା ଦେଖି ତୁରନ୍ତ ଶୁଭେନ୍ଦୁଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










