31.1 C
Bhubaneswar
Tuesday, March 17, 2026
Homeଓଡିଶାକଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାସରଥି ଗମାଙ୍ଗୋ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛି । ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । ଗିରିବାଳାଙ୍କୁ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କଲା କଂଗ୍ରେସ। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ କି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ ।ଏନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି କଂଗ୍ରେସ । ସୂଚନାଥାଉକି, ଗତକାଲି ରାଜ୍ୟସଭା ନିର୍ବାଚନରେ ଉକ୍ତ ତିନି ବିଧାୟକ ଦଳୀୟ ହୁଇପ ଉଲ୍ଲଙ୍ଘନ କରିବା ସହ ଦଳର ବିଚାରଧାରା ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ । ଦଳୀୟ ଶୃଙ୍ଖଳା ଭଙ୍ଗ କରିବା ସହ କଂଗ୍ରେସ ଦଳର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏଭଳି ପଦକ୍ଷେପ ନେଇଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ କଂଗ୍ରେସ ମିଡିଆ ସେଲ ସଭାପତି ଅରବିନ୍ଦ ଦାସ ପ୍ରେସମିଟ କରି କହିଛନ୍ତି , ଉକ୍ତ ୩ ବିଧାୟକଙ୍କୁ ଖାଲି ନିଲମ୍ବିତ ନୁହେଁ, ଅପରପକ୍ଷେ ସେମାନଙ୍କୁ ଦଳରୁ ବହିଷ୍କୁତ କରାଯିବ ବୋଲି ଏଆଇସିସି ପକ୍ଷରୁ ଅନୁମତି ମଗାଯାଇଛି । ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରାଯିବ । ସେମାନେ ଦଳ ପାଇଁ କାମ କରିବେ ନାହିଁ , ଦଳରକୌଣସି କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking