ଭୁବନେଶ୍ୱର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜ ର ଆଇସିୟୁ ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀ ଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ। କଟକ ବଡ଼ ଡାକ୍ତରଖାନା ପରି ଦେଶ ର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ଆଇସିୟୁରେ ଏଭଳି ଦୁର୍ଘଟଣା ରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂ ଙ୍କ ସମେତ ବିଜେଡି ର ନେତୃବର୍ଗ କଟକ ମେଡିକାଲ କଲେଜ କୁ ଯାଇ ଥିଲେ।










