ଭୁବନେଶ୍ୱର: ସସପେନ୍ସ ବଢାଇଲା ରମେଶ ଜେନାଙ୍କ ମନ୍ତବ୍ୟ । କହିଲେ ଯାହାକୁ ଭୋଟ ଦେବା କଥା ଦେଇଛି । ଏତେ ଖୋଲିକି କହି ହେବ ନାହିଁ । ଗଣିତ କଣ ହେବ ମୋତେ ଜଣାନାହିଁ । ଭୋଟ ଦେଇ ଆସିବା ପରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରମେଶ ଜେନା । ଚାଲିଛି ମତଦାନ ପ୍ରକ୍ରିୟା । ଏହି ମତଦାନ ପ୍ରକ୍ରିୟା ୪ଟା ଯାଏଁ ଚାଲିବ । ମତଦାନ ସରିବା ପରେ ଅପରାହ୍ଣ ୫ଟାରେ ଗଣତି ହେବ ।










