29.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶବାଜିଲା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ବିଗୁଲ

ବାଜିଲା ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ : ନୂଆଦିଳ୍ଲୀ: ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

ଏପ୍ରିଲ -୨୩ରେ ତାମିଲ୍‌ନାଡୁ ବିଧାନସଭା ନିର୍ବାଚନ
ଏପ୍ରିଲ୍‌-୨୩ରେ ଓ ୨୯ରେ ପିଶ୍ଚିମବଙ୍ଗ ଭୋଟ୍‌; ଦୁଇଟି ପର୍ଯ୍ୟାୟରେ ହେବ ପଶ୍ଚିମବଙ୍ଗ ନିର୍ବାଚନ।
ଏପ୍ରିଲ୍ ୯ରେ ଆସାମ ଓ କେରଳ ଭୋଟ୍ । ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍‌।
ଏପ୍ରିଲ୍ ୯ରେ ପୁଡୁଚେରୀ ବିଧାନସଭା ନିର୍ବାଚନ। ଗୋଟିଏ ପର୍ଯ୍ୟାୟରେ ହେବ ପୁଡୁଚେରୀ ଭୋଟ୍‌।

ମେ’ ୪ରେ ଭୋଟ୍ ଗଣିତି ହେବ। ୪ ରାଜ୍ୟ ଓ ଗୋଟଏ କେନ୍ଦ୍ରଶାସିତ ଅଞ୍ଚଳରେ ମେ’ ୪ରେ ଭୋଟ୍ ଗଣତି ହେବ।

ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ଉପସ୍ଥିତିରେ ସେ କହିଛନ୍ତି, ନିର୍ବାଚନ କମିସନ ଦଳ ଗତ କିଛି ସପ୍ତାହ ମଧ୍ୟରେ ଏହି ସମସ୍ତ ରାଜ୍ୟ ଗସ୍ତ କରିଥିଲା। ଫେବ୍ରୁଆରିରେ ଆସାମ, ତାମିଲନାଡୁ ଏବଂ ପୁଡୁଚେରୀ, ମାର୍ଚ୍ଚ ୬-୭ରେ କେରଳ ଏବଂ ମାର୍ଚ୍ଚ ୯-୧୦ରେ ପଶ୍ଚିମବଙ୍ଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଏହି ପର୍ଯ୍ୟାୟରେ ରାଜନୈତିକ ଦଳ, ପୁଲିସ, ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ସହିତ ବୈଠକ କରାଯାଇଥିଲା। କମିସନ ହିଂସା ରୋକିବା, ଭୋଟର ପଞ୍ଜିକରଣରେ ଉନ୍ନତି ଆଣିବା, EVM-VVPAT ଯାଞ୍ଚ କରିବା ଏବଂ CAPF ନିୟୋଜନ ଉପରେ ଧ୍ୟାନ ଦେଇଥିଲେ। ଗଣମାଧ୍ୟମ ରିପୋର୍ଟ ଏବଂ ସୂତ୍ର ଅନୁଯାୟୀ, ପଶ୍ଚିମବଙ୍ଗରେ ଭୋଟର ତାଲିକା ବିରୋଧରେ ଆବେଦନର ଶେଷ ତାରିଖ ୧୫ ମାର୍ଚ୍ଚ ହୋଇଥିବାରୁ ଏବଂ ଅନ୍ୟ ରାଜ୍ୟରେ ଏହି ସମୟସୀମା ପୂର୍ବରୁ ଶେଷ ହୋଇସାରିଛି।

୧) ପଶ୍ଚିମବଙ୍ଗ: ୭ ମଇ ୨୦୨୬
୨) ତାମିଲନାଡୁ: ୧୦ ମଇ ୨୦୨୬
୩) ଆସାମ: ୨୦ ମଇ ୨୦୨୬
୪) କେରଳ: ୨୩ ମଇ ୨୦୨୬
୫) ପୁଡୁଚେରି: ୧୫ ଜୁନ୍ ୨୦୨୬

ପୂର୍ବ ନିର୍ବାଚନ ବିଷୟରେ କହିବାକୁ ଗଲେ ୨୦୨୧ରେ ଆସାମରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଥିଲା ଏବଂ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲା। ପଶ୍ଚିମବଙ୍ଗରେ ଆଠ ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା ଏବଂ ମମତା ବାନାର୍ଜୀ ଟିଏମସିରୁ ୨୧୫ ଆସନ ଜିତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଡିଏମକେ ବହୁମତ ହାସଲ କରିଥିଲା ଏବଂ ଏମକେ ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ। କେରଳରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ୟୁଡିଏଫ୍‌ ୯୯ଟି ଆସନ ଜିତିଥିଲା ଏବଂ ପିନାରାଇ ବିଜୟନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପୁଡୁଚେରୀରେ ଏନ୍‌ଡିଏ ୧୬ଟି ଆସନ ଜିତିଥିଲା ଏବଂ ଏନ୍‌ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking