ଭୁବନେଶ୍ୱର: ରାଜ୍ୟର ୧୭୬୩ ଟି ସ୍କୁଲ ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି । ଗୃହରେ ଏନେଇ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସମ୍ବଲପୁରରେ ସର୍ବାଧିକ ୧୭୫ଟି ସ୍କୁଲ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ମୟୁରଭଞ୍ଜରେ ୧୨୨, ସୁବର୍ଣ୍ଣପୁରରେ ୧୦୭ ସ୍କୁଲ ଭଙ୍ଗା ହୋଇ ପଡିଛି । କଳାହାଣ୍ଡିର ୧୦୧ ଓ ଗଞ୍ଜାମରେ ୧୦୦ ସ୍କୁଲ ଜରାଜୀର୍ଣ୍ଣ ହୋଇ ପଡିଛି । ସେହିପରି କଟକରେ ୧୦୪, ବାଲେସ୍ୱରରେ ୯୫, କେନ୍ଦ୍ରାପଡାରେ ୯୦ , କେନ୍ଦୁଝର ୯୪ ସ୍କୁଲ ଜରାଜୀର୍ଣ୍ଣ ବୋଲି ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।










