33.8 C
Bhubaneswar
Tuesday, April 14, 2026
Homeଓଡିଶାଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ

ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଶାଳ ବିକ୍ଷୋଭ

ଏଲପିଜି ଦରବୃଦ୍ଧି ଯୋଗୁଁ ମହିଳାଙ୍କ ହାଣ୍ଡିଶାଳରେ ଚଡ଼କ
ଏଲପିଜି ଦରବୃଦ୍ଧି ଓ ଯୋଗାଣ ସମସ୍ୟା ସମାଧାନ ନ ହେଲେ ସାରା ରାଜ୍ୟରେ ଆନେ୍ଦାଳନ କରିବ ବିଜେଡି
ଭୁବନେଶ୍ୱର : ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନେ୍ଦାଳନ କରାଯାଇଥିଲା । ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ, ମହିଳା, ଯୁବ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ, ଲଗାତାର ଦରବୃଦ୍ଧି ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷୟ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ । ବିଜେପି ସରକାରଙ୍କ ଅବହେଳା ଓ ନିଷ୍କ୍ରିୟତା ବିରୋଧରେ ସ୍ଲୋଗାନ୍ ଦେଇ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତିବାଦ କରିଥିଲା ବିଜୁ ଜନତା ଦଳ । ଗତ ମାର୍ଚ୍ଚ ୭ ତାରିଖରୁ ସାରା ଦେଶରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜି୍ୟକ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି । ଏହି ଦରବୃଦ୍ଧି ସାଧାରଣ ଜନତା, ଛୋଟ ବ୍ୟବସାୟୀ ଓ ବାଣିଜି୍ୟକ ସଂସ୍ଥାମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଇଛି ।

ସଭାକୁ ସମ୍ୱୋଧନ କରି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନା ନାମରେ ମହିଳାମାନଙ୍କୁ ୫୦,୦୦୦ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ମାତ୍ର ୫,୦୦୦ ଟଙ୍କା ଦେଇ ଠକିଛି ବିଜେପି ସରକାର । ମହିଳାମାନଙ୍କ ଆର୍ଥିକ ସୁରକ୍ଷାକୁ ମଜବୁତ କରିବା ପରିବର୍ତ୍ତେ ସରକାର ଦରବୃଦ୍ଧି ମାଧ୍ୟମରେ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ଏହି ଅବସରରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଆଗରୁ ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ସତ୍ତ୍ୱେ, ସେହି ଲାଭ ସାଧାରଣ ଲୋକଙ୍କୁ ଦିଆଯାଇ ନଥିଲା । ଡବଲ୍ ଇଞ୍ଜିନ ସରକାର ତେଲ କମ୍ପାନୀମାନଙ୍କ ସ୍ୱାର୍ଥରେ କାମ କରୁଛି ଓ ସରକାର ତେଲ ବ୍ୟବସାୟକୁ ସଠିକ୍ ଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ କହିଥିଲେ ଯେ, ଲକ୍ଷାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାରୁ କମନ୍ ମେସ୍ର ଖର୍ଚ୍ଚ ବଢ଼ିବ ଏବଂ ମାସିକ ଖର୍ଚ୍ଚର ଭାର ବଢ଼ିଯିବ । ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବେଶୀ ପ୍ରଭାବିତ ହେବେ । ଏଲପିଜି ଯୋଗାଣ ସୁନିଶ୍ଚିତ କରିବାକୁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନେ୍ଦାଳନ କରାଯିବ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଟୁକୁନି ସାହୁ, ସୁଲୋଚନା ଦାସ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଲେଖାଶ୍ରୀ ସାମନ୍ତସିଂହାର, ଡ଼ ପି୍ରୟବ୍ରତ ମାଝୀ, ମୀନତି ବେହେରା, ଲୋପାମୁଦ୍ରା ବକ୍ସିପାତ୍ର, ଗୀତାଞ୍ଜଳି ବସ୍ତିଆ, ଅସୀମା ମହାନନ୍ଦ, ସୁନୀତି ସିଂହ, ମଞ୍ଜୁଲତା କହଁର, ରିଜୱାନା ବେଗମ, ଭାରତୀ ସିଂହ, ମାନସୀ ସୁନ୍ଦରରାୟ, ପ୍ରଶାନ୍ତ ପଣ୍ଡା, ଅମରଜିତ ସେନାପତି, ମନୋଜ ସେନାପତି, ସୌମ୍ୟ ରଞ୍ଜନ ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନାୟକ, ସତ୍ୟଜିତ ପଟ୍ଟନାୟକ, ଲଗ୍ନାଦୀପ ମିଶ୍ର, ଅରୂପ ଶ୍ରୀଚନ୍ଦନ, ଶେଖ ନୱାଜ, ସାଗର ବଳବନ୍ତରାୟ, ସ୍ନେହାଶିଷ ଜେନା, ମହମ୍ମଦ ସହୀଦୁଲ୍ଲା, ଇତିଶ୍ରୀ ସାହୁ, କବିତା ସ୍ୱାଇଁ, ଜୟନ୍ତୀ ସାହୁ, ପ୍ରଭାସିନୀ ମହାନ୍ତି, ଆଶିଆ ବେଗମ, ପ୍ରଭାସିନୀ ସେଠୀ, ମିହିର ରାଉତ, ମନୋଜ ସାହୁ, ଲୋରା ମହାପାତ୍ର, ଅଂଶୁ ତ୍ରିପାଠୀ, ଈଲା ସ୍ୱାଇଁ, ତିଳୋତ୍ତମା ଚୌଧୁରୀ, ସ୍ମିତା ସ୍ୱାଇଁ, ସ୍ମିତା ସିଂହ, ବବିତା ଜେନା, ସୁସ୍ମିତା ଦାସ, ବାସନ୍ତୀ ସିଂହ, ଜ୍ୟୋତ୍ସ୍ନା ରାଉତରାୟ, ଶ୍ରୀଚନ୍ଦନ ପାତ୍ର, ସୁକାନ୍ତ କୁମାର ନାୟକ, ସ୍ମୃତି ରଞ୍ଜନ ପଟ୍ଟନାୟକ, କୁମାର ସଞ୍ଜିତ ମହାନ୍ତି, ଅମରଜିତ ଗଜେନ୍ଦ୍ର, ମନୋରଞ୍ଜନ ସ୍ୱାଇଁ, ଜଗମୋହନ ବଳିଆରସିଂହ, ବିଜୟ କେତନ ସାହୁ, ଦୀପକ ବେହେରା, ସୁଦୀପ୍ତ ସାମଲ, ଜ୍ଞାନ ରଞ୍ଜନ ମାନସିଂହ, ପ୍ରଦୀପ୍ତ ବିଶ୍ୱାଳ, ଆକାଶ ମହାନ୍ତି, ବିକ୍ରମ ରଞ୍ଜିତ ପଟ୍ଟନାୟକ, ସୁଚିସ୍ମିତା ବେହେରା, ସୋଭନ ମହାନ୍ତି, ଅନୁପମ ଶତପଥୀ, ସତ୍ୟସୁନ୍ଦର ସାମଲ, ସୋମ୍ୟ ସାର୍ଥକ ରାୟ, ଲକ୍ଷ୍ମୀଧର ସାହୁ, ଅଲିଭା, ସମ୍ମିମ ଅଖତରଙ୍କ ସହ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking